ନାସା ଯିବେ ଓଡ଼ିଆ ପୁଅ ଶୁଭ୍ରାଂଶୁ ୲ ନିଜର ବିରଳ ମାଭିକ ପ୍ରୋଜେକ୍ଟ ପାଇଁ ହୋଇଛନ୍ତି ଚୟନ

0

ସମୟ ଲାଇଭ,୪/୧୧: ଉଦ୍ୟମ ବଳରେ ସବୁ କାର୍ଯ୍ଯ ସାଧିତ ହେଇପାରେ ଆଉ ଏହି କଥାକୁ କାର୍ଯ୍ୟରେ ପରିଣତ କରିଛନ୍ତି ଅନୁଗୁଳ ଜିଲ୍ଲା ହୁଲୁରୁଶିଙ୍ଗାର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁ ନାୟକ ୲ ନିଜ ଉଦ୍ୟମରେ କରିପାରିଥିବା ମାଭିକ ପ୍ରୋଜେକ୍ଟ ପାଇଁ ସେ ନାସା ଯିବାକୁ ମନୋନିତ ହୋଇଛନ୍ତି ୲ ମାଭିକ ଏପରି ଏକ ପ୍ରୋଜେକ୍ଟ ଯାହା ଗୁଗୁଲ ମ୍ୟାପରୁ ଯେ କୌଣସି ଏକ ସ୍ଥାନର ଚିହ୍ନଟ କରିବା ସହ ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଦୁର୍ଘଟଣାରେ ଲୋକଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେଇପାରେ ୲ ଯେଉଁ ସବୁ ଜାଗାକୁ ଡାକ୍ତରୀଦଳ କିମ୍ବା ଲୋକ ପହଁଚିବା ଅସମ୍ଭବ ସେଇ ସ୍ଥାନକୁ ମାଭିକ ଅତି ସହଜରେ ପହଞ୍ଚି ଫାଷ୍ଟ ଏଡ ସେବା ଦେଇ ପାରିବ ୲ ଶୁଭ୍ରାଂଶୁଙ୍କ ବାପା ଜଣେ ବ୍ୟାଗ ବିକାଳି ହୋଇଥିଲା ବେଳେ ଶୁଭ୍ରାଂଶୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନବମ ଶ୍ରେଣୀର ପାଠ ପଢୁଛନ୍ତି ୲ ଏତେ କମ ବୟସରୁ ଏଭଳି ଦୁର୍ଲଭ ଜିନିଷର ଉଦ୍ଭାଭନ କରି ଶୁଭ୍ରାଂଶୁ ଏବେ ସମସ୍ତଙ୍କର ପ୍ରଶଂଶାର ପାତ୍ର ହୋଇପାରିଛନ୍ତି ୲ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଦ୍ଵାରା ଏହି ମାଭିକ ପ୍ରୋଜେକ୍ଟଟି ଗ୍ରହଣୀୟ ହେବା ପରେ ଶୁଭ୍ରାଂଶୁଙ୍କୁ ଏବେ ନାସା ଡକରା ହୋଇଛି ୲

Leave A Reply

Your email address will not be published.