ପଶ୍ଚିମାଞ୍ଚଳରେ ନୂଆଁଖାଇର ନୂଆଁରୂପ

0

ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ । ଏହି ପର୍ବ ସାଧାରଣତଃ ପରସ୍ପର ମଧ୍ୟରେ ସ୍ନେହଭାବ, ମୈତ୍ରୀ ଓ ସଦଭାବ କୁ ଉଜାଗର କରିଥାଏ । ଓଡିଶାର କୃଷକ ବହୁତ କଷ୍ଟକରି ମୁଣ୍ଡଝାଲ ତୁଣ୍ଡରେ ମାରି ନଜି ଜମିରୁ ଶସ୍ୟ ଅମଳ କରିଥାଏ । କ୍ଷେତରେ ଶସ୍ୟ ସମ୍ଭାର ଅବଲୋକନ କରି ବର୍ଷ ଯାକର ଦୁଃଖ କଷ୍ଟକୁ ଭୁଲିଯାଏ । ମନରେ ଅପାର ଆନନ୍ଦ ଉଲ୍ଲାସ ଭରିଯାଏ । ପରିବାରର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ନୂଆ ଉଦ୍ଦୀପନା ସୃଷ୍ଟି ହୋଇଥାଏ । ତେଣୁ ପରିବାରରେ ଆନନ୍ଦ ଉସ୍‌ିବ ମନାଇବା ପାଇଁ କୃଷି ବର୍ଷର ପ୍ରଥମ ଓ ନୂଆ ଅନ୍ନ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରି ପରିବାରର ସମସ୍ତ ସଦସ୍ୟ ଏକାଠି ନୂଆ ଭକ୍ଷଣ କରିଥାନ୍ତି ।

ପଶ୍ଚିମାଞ୍ଚଳରେ ନୂଆଁଖାଇର ନୂଆଁରୂପ

 

ଏହା ହିଁ ସେହି ପର୍ବ ନୂଆଖାଇ ବା ନବାନ୍ନ ଭକ୍ଷଣ ପର୍ବ । ଯେଉଁଟାକି କୃଷକର ମୂଖ୍ୟ ପର୍ବ । କ୍ରମେ ଏହି ପର୍ବ ପଶ୍ଚିମ ଓଡିଶାର ସାର୍ବଜନୀନ ଗଣ ପର୍ବରେ ପରିଣତ ହୋଇଛି । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ଦିନ ଏହିପର୍ବ ଆନନ୍ଦ ଉଲ୍ଲାସ ରେ ଗାଁର ସହର ପର୍ଯ୍ୟନ୍ତ ପାଳନ କରାଯାଏ । ଅବଶ୍ୟ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖାଯାଏ । ଯେପରି କଳାହାଣ୍ଡି ଜିଲ୍ଲାରେ ଏହି ପର୍ବ ପଞ୍ଚମୀ ତିଥି ବଦଳରେ ଦଶମୀ ତିଥିରେ ପାଳନ କରାଯାଇଥାଏ । ଯାହା ବି ହେଉ ପଶ୍ଚିମ ଓଡିଶାର ସର୍ବଶ୍ରେଷ୍ଟ ପର୍ବ ନୂଆଖାଇର ଉଦ୍ଦେଶ୍ୟ ହେଲା ପରିବାରର ସମସ୍ତେ ଏକାଠି ମିଶି ଗୋଟିଏ ସ୍ଥାନରେ ମିଳିତ ହୋଇ ନୂତନ ଅନ୍ନକୁ ନିଜ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କଲାପରେ ଭକ୍ଷଣ କରିବା । ଜୀବନ ଧାରଣ ପାଇଁ ଅନ୍ନର ବହୁତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ପର୍ବକୁ ଆନନ୍ଦ ପର୍ବର ଏକ ଉସି କହିଲେ ଅତୁ୍ୟକ୍ତି ହେବ ନାହିଁ ।
କୃଷକ ତାର ଜମିରେ ନୂତନ ଶସ୍ୟ ସମ୍ଭାର ଦେଖି ବିଭୋର ହୋଇ ଉଠେ । ତେଣୁ କୃଷକ ତାର ପରିଶ୍ରମର ଫଳ ପାଇଁ ଆତ୍ମହରା ହୋଇଉଠେ ।

ପଶ୍ଚିମାଞ୍ଚଳରେ ନୂଆଁଖାଇର ନୂଆଁରୂପ

 

କି;ୁ କିଛି ବର୍ଷ ହେଲା ପ୍ରକୃତିର ଦାରୁଣ ଆଘାତ ଯୋଗୁ କୃଷକ ମନରେ ଘୋର ଅବସାଦ ଦେଖାଦେଇଛି । ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ଚାଷ ମଧ୍ୟ ବାଟ ହୁଡ଼ିଛି । ବାରମ୍ବାର ବର୍ଷାଭାବ ଯୋଗୁଁ କ୍ଷେତର ଫସଲ ଉଜୁଡି ଯାଉଛି । ଫଳରେ ସେ ମହାଜନ ଠାରୁ ହେଉବା ବ୍ୟାଙ୍କ ଋଣ କରିବାକୁ ବାଧ୍ୟ ହେଉଛି । କି;ୁ ବର୍ଷାବିନା ଫସଲ ଅମଳରେ ଅନେକ ବ୍ୟାଘାତ ସୃଷ୍ଟି ହେଉଛି । ପରିବାର ପ୍ରତିପୋଷଣ ରେ କୃଷକ ହୋଇଯାଉଛି ସଂପୂର୍ଣ୍ଣ ଅସମର୍ଥ । ଫଳରେ ଅନେକ ସମୟରେ ଭୁଲ ବାଟ କୁ ଆବୋରି ନେଉଛି ।କୃଷକ ଆଜି ମୁଷ୍ଟିମେୟ ଓ କୁଚିଆ ବ୍ୟବସାୟୀ ମାନଙ୍କର ଶୋଷଣର ଶିକାର ହେଉଛି । ନିଜ ଉପିାଦିତ ଫସଲ ଓ ପନିପରିବା କୁ ଅତି ଅଳ୍ପ ମୂଲ୍ୟରେ ବିକ୍ରୀ କରିବାକୁ ବାଧ୍ୟ ହେଉଛି । ସେ ତାର ପରିଶ୍ରମ ର ଉଚିତ ମୂଲ୍ୟ ପାଇପାରୁନି । ଅନେକ ସମୟରେ ସରକାରୀ ମଣ୍ଡି ମାନଙ୍କରେ ମଧ୍ୟ କ୍ଷତି ସହିବାକୁ ପଡୁଛି । କୃଷକ ଚାଷ ଜମି ପାଇଁ ଜଳ ଟିକକ ପାଇଁ ଅପଦସ୍ତ ହେବାକୁ ପଡୁଛି । ବର୍ଷା ଅଭାବ ଯୋଗୁ ଚାଷ ଜମି ନିର୍ଭର କରୁଥିବା କେନାଲ ଗୁଡିକ ଶୁଷ୍କ । ବର୍ଷାପାଇଁ ଅନ୍ୟ ଉପାୟ ନ ପାଇ ଚାଷୀକୁଳ ଶେଷରେ ଇନ୍ଦ୍ରପୂଜା ଓ ବେଙ୍ଗବେଙ୍ଗୁଳୀ ବିବାହ ପ୍ରଥାକୁ ଆପଣେଇ ନେଇଛନ୍ତି । ପ୍ରକୃତିର ତାଡନା ରେ ସେମାନେ ହତୋସିାହ ହୋଇ ପଡୁଛନ୍ତି । ବାରମ୍ବାର ମରୁଡି ର ପ୍ରତିଘାତ ଯୋଗୁଁ ଚାଷୀର ମେରୁଦଣ୍ଡ ଦୋହଲି ଯାଉଛି । ଆଜି ପଶ୍ଚିମ ଓଡିଶା ର ପ୍ରତି କ୍ଷେତ୍ର ରେ ମରୁଡିର ତାଣ୍ଡବଲୀଳା ଫଳରେ କୃଷକର ଜୀବନ ଦୁର୍ବିସହ ହୋଇପଡିଛି । ଓଡିଶାର କୃଷକ ଅନେକ ଝଡ ଝଞ୍ଜା ମଧ୍ୟରେ, ଅଭାବ ଅନାଟନ ମଧ୍ୟରେ ନିଜକୁ ତିଳତିଳ କରି ଜାଳି ଅତିକଷ୍ଟରେ ବଞ୍ଚିଛି । ଏତେ ଝଡଝଞ୍ଜା ରେ କାଳାତିପାତ କରୁଥିଲେ ସୁଦ୍ଧା କୃଷକ ନୂଆଖାଇ ପର୍ବକୁ ପୂର୍ବ ପରମ୍ପରା ମନେକରି ଯେଣତେଣ ପ୍ରକାରେ ପାଳନ କରିବାକୁ ଆଗେଇ ଆସେ । ବନ୍ଧୁ ବାନ୍ଧବ ପଡିଶା ଓ ବ୍ୟକ୍ତି ବିଶେଷଙ୍କ ମେଳରେ ଠିକ୍‌ ତିଥି, ବାର, ସମୟରେ ନିଜ ଇଷ୍ଟ ଦେବା ଦେବୀଙ୍କୁ ନୂଆ ଅନ୍ନ ଅର୍ପଣ କରିସାରିଲା ପରେ ପରିବାର ସଦସ୍ୟ ମାନଙ୍କ ସହ ଭକ୍ଷଣ କରେ । ଘରର ମୁରବି ନିଜ ଭାଇବନ୍ଧୁ କୁଟୁମ୍ବକୁ ଆମନ୍ତ୍ରଣ କରି ଏକାଠି ମିଳିମିଶି ନବାନ୍ନ ଭକ୍ଷଣ କରିବା ପ୍ରଥାକୁ ଆପଣେଇ ନିଏ । ଏହା ଦ୍ୱାରା ପରିବାର ର ବୟୋଜ୍ୟେଷ୍ଠ ବ୍ୟକ୍ତିର ସମ୍ମାନ ପାଇବାର ଅଧିକାର ଏବଂ କନିଷ୍ଠ ମାନଙ୍କର ଅନୁଗତ୍ୟ ଚିରଦିନ ପାଇଁ ଅତୁଟ ଓ ବଜାୟ ରହେ ।
ବର୍ଷାଭାବ, ଶ୍ରୀହୀନ ଶସ୍ୟକ୍ଷେତ୍ର ଓ ମରୁଡି ର ପଦଧ୍ୱନି ଏ ବର୍ଷ ର ନୂଆଖାଇ ପର୍ବକୁ ବିଶେଷ ଭାବରେ ପ୍ରଭାବିତ କରିଛି । ଯଦିଓ ନୂଆଖାଇ ପର୍ବ ପରମ୍ପରା ଅନୁସାରେ ପାଳିତ ହେବା ତଥାପି ଲୋକଙ୍କ ମନରେ ସେତେ ପରିମାଣ ରେ ଆନନ୍ଦ ଉସିାହ ପରିଲକ୍ଷିତ ହେଉନାହିଁ । ଘରର ମୁରବୀ ଅର୍ଥାଭାବ ଯୋଗୁଁ ପରିବାରର ପ୍ରତ୍ୟେକଙ୍କ ପାଇଁ ନୂଆ ପୋଷାକର ଆବଶ୍ୟକତାକୁ ଉଚିତ ମନେ ନ କରି ପୁରୁଣା ବସ୍ତ୍ରକୁ ସଫା ସୁତରା କରି ନୂଆ ବସ୍ତ୍ର ପରିଧାନ କରିବାର ପରମ୍ପରାକୁ ଭୁଲିଯାଇଛି । ତଥାପି ପରମ୍ପରାର ଜୟ ହୋଇଛି ।

ପଶ୍ଚିମାଞ୍ଚଳରେ ନୂଆଁଖାଇର ନୂଆଁରୂପ

 

ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ଓ ସଦାଶିବ ସରାଫ୍‌

Leave A Reply

Your email address will not be published.