ନଭେମ୍ବର ୨୦ ସରିବ କଟକ ବାଲିଯାତ୍ରା

ସମୟ ଲାଇଭ,୧୪/୧୧: କଟକର ଐତିହାସିକ ବାଲିଯାତ୍ରାର ଅବଧି ଅଧିକ ଗୋଟିଏ ଦିନ ବୃଦ୍ଧି ପାଇଲା। ଏନେଇ କଟକ ଜିଲ୍ଲାପାଳଙ୍କ ଅଫିସ ତରଫରୁ ସ୍ପଷ୍ଟ କରାଯାଇଛି। ଚଳିତ ବର୍ଷ ୮ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏବେ ପୁଣି ଆଉ ଗୋଟିଏ ଦିନ ବଢ଼ି ଥିବାରୁ ଲୋକମାନେ ଖୁସି ବ୍ୟକ୍ତ କରିଛନ୍ତି।ବାଲିଯାତ୍ରା ପଡ଼ିଆରେ ଅନେକ ଖାଦ୍ୟର ଷ୍ଟଲ୍‌ ଦେଖିବାକୁ ମିଳିଛି। ହେଲେ ଦହିବରା ଆଳୁଦମ ଓ ଠୁଙ୍କାପୁରୀ ଷ୍ଟଲରେ ଅଧିକ ଭିଡ଼ ଦେଖିବାକୁ ମିଳିଛି। ତେବେ ୧୯ ତାରିଖରେ ସରିବାକୁ ଥିବା ବାଲିଯାତ୍ରା ୨୦ ତାରିଖରେ ସରିବ। ଏଥର ବାଲିଯାତ୍ରାରେ ‘ମୋ ରିକ୍ସା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ସରକାର ଯାହା ଦ୍ୱାରା ବାଲିଯାତ୍ରା ଦେଖିବାକୁ ଆସୁଥିବା ଲେକମାନେ ସୁବିଧାରେ ଯାତାୟାତ କରିପାରିବେ।

Comments are closed.