ମୁଣ୍ଡବିହୀନ ବାଛୁରୀ ଜନ୍ମ…

ସମୟ ଲାଇଭ୍‍,୮/୧୨: ବାଙ୍ଗିରିପୋଷି ବ୍ଲକର କୁସୁମବନ୍ଧ ଗାମରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି।ଗୋଟିଏ ଗାଇ ଏକା ଥରକେ ତିନୋଟି ଛୁଆ ଜନ୍ମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟେ ମୁଣ୍ଡ ବିହୀନ ଛୁଆ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି।ସବୁଠୁ ବଡ କଥା କଥା ହେଉଛି ମୁଣ୍ଡ ବିହୀନ ଛୁଆଟି ଜୀବିତ ଅବସ୍ଥାରେ ଜନ୍ମ ହୋଇଛି।ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭିଡ ଜମାଇଥିଲେ।ଛୁଆଟି ପ୍ରାୟ ଅଧ ଘଣ୍ଟାଏ ଜୀବିତ ରହିବା ପରେ ତାର ମୃତ୍ୟୁ ହୋଇଥିଲା।ସୂଚନୋ ମୁତାବକ ଆଜି ସକାଳେ ସାଲେଇ ଗିରିଙ୍କ ଗୁହାଳରେ ଗୋଟେ ଗାଇ ଏକା ଥରେ ୩ ଟି ମାଇ ବାଛୁରୀ ଜନ୍ମ କରିଥିଲା।ତିନୋଟି ଜୀବିତ ଛୁଆ ମଧ୍ୟରେ ଗୋଟେ ଛୁଆ କାନ ଦୁଇଟା ମଝିରେ ମଥା ନଥିବା ଜଣାପଡିଥିଲା।ଗୋଟେ ଗାଇ ତିନୋଟି ଛୁଆ ଜନ୍ମ କରିବା ଆଶ୍ଚର୍ଯ୍ୟକର ହୋଇଥିବା ବେଳେ ପୁଣି ମୁଣ୍ଡ ବିହୀନ ଛୁଆ ଜନ୍ମ ହେବା ଏକ ବିରଳ ଘଟଣା ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି।

Comments are closed.