ବିରାଟ ଓ ବୁୁମ୍ରାଙ୍କ ୧ନମ୍ବର ରାଙ୍କିଙ୍ଗ୍‍ ଅପରିବର୍ତ୍ତିତ

ସମୟ ଲାଇଭ,୧୨/୧୧:ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ପୂର୍ବଭଳି ବ୍ୟାଟିଂ ଓ ବୋଲିଂରେ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ତେବେ ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ଥିବା ଅଲରାଉଣ୍ଡର ଶାକିବ-ଅଲ-ହସନଙ୍କ ନାମ ନଥିବା ଜଣାପଡିଛି। ଗତକାଲି ୱେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ମଧ୍ୟରେ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଆଜି ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ବ୍ୟାଟସମ୍ୟାନଙ୍କ ତାଲିକାର ଏକ ନମ୍ବର ସ୍ଥାନରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ୮୯୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ୮୬୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତୃତୀୟରେ ପାକିସ୍ତାନର ବାବର ଆଜମ, ୪ର୍ଥରେ ଦକ୍ଷିଣ ଆଫ୍ରିକାର ଫାପ୍‌ ଡୁପ୍ଲେସିସ୍‌, ୫ମରେ ନ୍ୟୁଜିଲ୍ୟାଣ୍ଡର ରସ୍‌ ଟେଲର, ୬ଷ୍ଠରେ କେନ୍‌ ୱିଲିୟମସନ, ୭ମରେ ଡାଭିଡ୍‌ ୱାର୍ଣ୍ଣର, ୮ମରେ ଜୋ ରୁଟ୍‌, ୯ମରେ କ୍ୱିଣ୍ଟନ ଡିକକ୍‌ ଓ ୧୦ମ ସ୍ଥାନରେ ଜସନ ରୟ ରହିଛନ୍ତି।

ବୋଲରଙ୍କରେ ତାଲିକା ଆହତ ଯୋଗୁ ଟିମ୍‌ରୁ ବାଦ୍‌ ପଡ଼ିଥିବା ଯଶପ୍ରୀତ ବୁମ୍ରା ପୂର୍ବଭଳି ୭୯୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଟ୍ରେଣ୍ଟ ବୋଲ୍ଟ, ତୃତୀୟରେ ମୁଜିବଉର ରେହମାନ, ୪ର୍ଥରେ କାଗିସୋ ରବାଡା, ୫ମରେ ପ୍ୟାଟ କମିନ୍ସ, ୬ଷ୍ଠରେ କ୍ରିସ୍‌ ୱକ୍ସ, ୭ମରେ ମିଚେଲ ଷ୍ଟାର୍କ, ୮ମରେ ମହମ୍ମଦ ଆମୀର, ୯ମରେ ମ୍ୟାଟ୍‌ ହେନରୀ ଓ ୧୦ମ ସ୍ଥାନରେ ଲକି ଫର୍ଗୁସନ ରହିଛନ୍ତି।

Comments are closed.