ବିଧାୟକ ନିଖୋଜ, ଥାନାରେ ଏତଲା

ସମୟ ଲାଇଭ୍‍,୨୪/୧୧: ମହରାଷ୍ଟ୍ର ରାଜନୀତିରେ ଚାଲିଛି ମହାଭାରତ। ଏହାରି ମଧ୍ୟରେ ଏନସିପିର କଲବଣ ବିଧାନସଭା ଆସନରୁ ବିଧାୟକ ନିତିନ ପାୱାର ନିଖୋଜ ଅଛନ୍ତି । ବିଧାୟକଙ୍କର ପୁଅ ନାସିକ ଜିଲ୍ଲାର ପଞ୍ଚବଟୀ ପୋଲିସ ଥାନାରେ ଏହି ଅଭିଯୋଗ ଆଣିଛନ୍ତି । ବିଧାୟକ ନିତିନ ପାୱାର ଶନିବାର ସକାଳ ୬ଟା ୩୦ରେ ମୁମ୍ବାଇ ଯାଇଥିଲେ କିନ୍ତୁ ସେ ରାତି ପର୍ୟ୍ୟନ୍ତ ଘରକୁ ଫେରି ନାହାନ୍ତି । କେବଳ ନିତିନ ନୁହେଁ, ଆହୁରି ୨ ଜଣଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ ।
ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ବୈଠକ ପରେ ସମସ୍ତ ବିଧାୟକଙ୍କୁ ବସରେ ପବଇର ହୋଟେଲ ରେନାସେସ ପାଇଁ ନିଆଯାଇଥିଲା । ବିଧାୟକଙ୍କୁ ନେଇ ୱାଇବି ସେଣ୍ଟରରୁ ବସ ହୋଟେଲ ପହଂଚି ଥିଲା ।

Comments are closed.