ନିର୍ଭୟା ଦୋଷୀଙ୍କୁ ୨୨ରେ ମିଳିବନି ଫାଶୀ

ନୂଆଦିଲ୍ଲୀ,୧୫/୧: ୨୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀରେ ମିଳିନପାରେ। କ୍ଷମା ଆବେଦନ ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ ଦିନ ମିଳିବ ବୋଲି ଏଏସଜି ଓ ଦିଲ୍ଲୀ ସରକାରଙ୍କୁ କୋର୍ଟ କହିଛନ୍ତି। ତେବେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଛି। ଏହି ମାମଲାରେ ମଙ୍ଗଳବାର କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଥିଲା। ସେହିପରି ଚାରି ଦୋଷୀଙ୍କ ମଧ୍ୟରୁ ବିନୟ ଓ ମୁକେଶ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ। ଏହାକୁ ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠରେ ଖାରଜ କରାଯାଇଥିଲା। ଏହା ଖାରଜ ହେବା ପରେ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିିଥିଲା। ରାଜକ୍ଷମା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଖରେ ଆବେଦନ କରାଯାଇଥିଲା। ତିହାର ଜେଲ କର୍ତ୍ତୃପକ୍ଷଙ୍କ ଜରିଆରେ ଏହି ଆବେଦନ କରାଯାଇଛି।

Comments are closed.