ନିରବ ମୋଦିଙ୍କ ଆତ୍ମହତ୍ୟା ଧମକ

0

ସମୟ ଲାଇଭ,୭/୧୧:ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇରେ ଗିରଫ ହୋଇଥିବା ନିରବ ମୋଦି ଦେଇଛନ୍ତି ଆତ୍ମହତ୍ୟାର ଧମକ। କୋର୍ଟରେ ନିଜର ଜାମିନ ନାମଞ୍ଜୁର ହେବା ଫଳରେ ଭାଙ୍ଗି ପଡିଛନ୍ତି ନିରବ ଏବଂ କୋର୍ଟକୁ ଦେଇଛନ୍ତି ଆତ୍ମହତ୍ୟାର ଧମକ। ଗତକାଲି ୟୁନାଇଟେଡ କିଙ୍ଗଡମ୍‍ ର ଏକ କୋର୍ଟ ନିରବଙ୍କ ଜାମିନକୁ ଖାରଜ କରିଦେଇଛନ୍ତି। ଆଉ ଏହାକୁ ମିଶାଇ ୪ଥର ନିରବଙ୍କ ଜାମିନ ଖାରଜ ହେଲା। ଭାରତ ଫେରିଲେ ସେ ଆତ୍ମହତ୍ୟା କରିଦବେ ବୋଲି କହିଛନ୍ତି ନିରବ। ଏଥିସହ କୋର୍ଟ ନିରବଙ୍କ ଶୁଣାଣୀକୁ ଆସନ୍ତା ଡ଼ିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ସୂଚନାଥାଉକି ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଚୂନ ଲଗାଇ ବିଦେଶ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ନିରବ ମୋଦି ଗିରଫ ହୋଇ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସୱୋର୍ଥ ଜେଲ୍‌ରେ ଅଛନ୍ତି।

Leave A Reply

Your email address will not be published.