କେରଳରେ ନିପା ଭାଇରସ୍‌ର ଆତଙ୍କ

୧୨ ବର୍ଷର ବାଳକ ମୃତ, ଦୁଇ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ

0

କୋଜିକୋଡ: ସେପ୍‌ଟେମ୍ବର ୬: କେରଳରେ କରୋନା ଆତଙ୍କ କମିନଥିବା ବେଳେ ଏବେ ନିପା ଭାଇରସ୍‌ର ଡ଼ର ଡ଼ରାଉଛି । ଏହି ଭାଇରସ୍‌ରେ ୧୨ ବର୍ଷର ଜଣେ ବାଳକର ମୃତୁ୍ୟ ହେବା ପରେ ଆଉ ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ ଏଥିରେ ସଂକ୍ରମିତ ହୋଇଥିବା ଖବର ମିଳିଛି । ଜଣେ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲା ବେଳେ ଆଉ ଜଣେ କୋଝିକେଡ କଲେଜ ହସ୍ପିଟାଲର ଷ୍ଟାଫ୍‌ ମେମ୍ବର ଅଛନ୍ତି । ମୃତ ବାଳକଙ୍କ ଶରୀରକୁ ନିପା ପ୍ରୋଟୋକଲ୍‌ ହିସାବରେ ଅନ୍ତିମ ସଂସ୍କାର କରାଯିବ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ନିପା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରଠାରୁ ରାଜ୍ୟରେ ଏହାର ମୁକାବିଲା ପାଇଁ ପଦକ୍ଷେପ ଆରମ୍ଭ ହୋଇଯାଇଛି । ଏହାସିତ କେରଳକୁ କେନ୍ଦ୍ରୀୟ ଟିମ୍‌ ମଧ୍ୟ ଗ୍ରସ୍ତ କରିଛି । କେନ୍ଦ୍ର ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲର ଏକ ଟିମ୍‌ କେରଳ ଯାଇଛି ।

କେରଳରେ ନିପା ଭାଇରସ୍‌ର ଆତଙ୍କ
ନିପା ଭାଇରସ୍‌

କେରଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସରେ, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୮୮ ଜଣଙ୍କୁ ଚିହ୍ନଟ କରାଯାଇ ଯାଞ୍ଚ କରାଯାଉଛି । ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଜୀବନ ପ୍ରତି ବିପଦ ଥିବା ଜଣାପଡ଼ିଛି । ସେହିପରି ଦୁଇ ଜଣଙ୍କ ପାଖରେ ନିପା ଭାଇରସର ଲକ୍ଷଣ ଅତି ଗୁରୁତର ଭାବେ ଦେଖାଯାଇଛି । ସେମାନେ ହେଲେ ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ । ତେବେ ଅନ୍ୟମାନଙ୍କୁ ଏବେ ସଙ୍ଗରୋଧରେ ରହିବାକୁ କୁହାଯାଉଛି । ମେଡିକାଲ କଲେଜ ହସ୍ପିଟାଲରେ ଗୋଟିଏ ୱାର୍ଡକୁ ସମ୍ପୂର୍ଣ୍ଣ ଭାବେ ନିପା ୱାର୍ଡରେ ପରିଣତ କରଯାଇଛି ।

Leave A Reply

Your email address will not be published.