୨ରୁ ନୟାଗଡ଼ ଫୁଟବଲ୍‍ ମହାକୁମ୍ଭ

ସମୟ ଲାଇଭ୍‍,୧/୧୨: ଆସନ୍ତା ୨ ତାରିଖରେ ଆୟୋଜିତ ହେବାକୁ ଯାଉଛି ନୟାଗଡ଼ ଫୁଟବଲ୍‍ ମହାକୁମ୍ଭ ୨୦୧୯। ସିନ୍ଦୁରିଆ ଓ ଜିଲ୍ଳା ଆଥଲେଟିକ୍‍ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାକୁମ୍ଭରେ  ୮ ଦଳ ଖେଳିବେ।
ଏହା ପୂର୍ବରୁ ଗତ ୩୦ ତାରିଖରେ ଭେଟେରାନ୍‍ ୱାନ୍‍ ଡ଼େ ଫୁଟବଲ୍‍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଡ଼ିସେମ୍ବର ୨ ତାରିଖରେ କଟକ ସ୍ପୋଟର୍ସ ହଷ୍ଟେଲ ଓ କଲିକତା ଚାନ୍ଦିନୀ କ୍ଲବ୍‍ ମଧ୍ୟରେ ଅନୁଷ୍ଠିତ ହେବ।
ସେହିପରି ବଲାଙ୍ଗୀର ସାଇଟ୍‍ ସ୍ପୋର୍ଟସ୍‍ ଓ ଟାଟା ଫୁଟବଲ୍‍ ଏକାଡ଼େମୀ ୩ତାରିଖରେ ପରସ୍ପରକୁ ଟକ୍କର ଦେବେ। ଅନ୍ୟପଟେ ୫ ତାରିଖରେ କଟକ ସାଇ ହଷ୍ଟେଲ ଓ କୋଲକାତା ରେଲୱେ ଫୁଟବଲ୍‍ କ୍ଲବ୍‍ ମଧ୍ୟରେ ମ୍ୟାଚ୍‍ ଅନୁଷ୍ଠିତ ହେବ। ୬ ତାରିଖରେ ଇଲେକ୍ଟ୍ରିସିଟି ବୋର୍ଡ଼ ବିପକ୍ଷରେ ଭୁବନେଶ୍ୱର ସଂଘର୍ଷ ସ୍ପୋର୍ଟିଙ୍ଗ ବାର୍‍କୋଟ୍‍ ଖେଳିବ।
୨ ଓ ୩ ତାରିଖରେ ଅନୁଷ୍ଠିତ ବିଜୟୀ ଦଳ ମଧ୍ୟରେ ୪ ତାରିଖରେ ପ୍ରଥମ ସେମିଫାଇନାଲ୍‍ରେ ଖେଳିବେ। ସେହିପରି ୫ ଓ ୬ ତାରିଖରେ ଅନୁଷ୍ଠିତ ମ୍ୟାଚରେ ବିଜୟୀ ଦଳ ୭ ତାରିଖରେ ଦ୍ୱିତୀୟ ସେମିଫାଇନାଲରେ ମୈଦାନକୁ ଓହ୍ଳାଇବେ।
ମହାକୁମ୍ଭର ଫାଇନାଲ ମ୍ୟାଚ୍‍ ଆସନ୍ତା ଡ଼ିସେମ୍ବର ୮ ତାରିଖରେ ଅନୁଷ୍ଠିତ ହେବ।

Comments are closed.