ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତିଙ୍କ ଶପଥ

0

ସମୟ ଲାଇଭ,୮/୧୧: ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ବିଭୁପ୍ରସାଦ ରାଉତରାୟ । ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ ଜାଭେରୀ ଶପଥ ପାଠ କରାଇଛନ୍ତି ।ରାଜ୍ୟ ଗୃହସଚିଵ ସଂଜୀବ ଚୋପ୍ରା ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦକ୍ତ ନିଯୁକ୍ତି ପତ୍ର ପାଠ କଲାପରେ ମୁଖ୍ୟ ବିଚାରପତି ଶପଥପାଠ କରାଇଥିଲେ । ଜଷ୍ଟିସ ବିଭୁପ୍ରସାଦ ରାଉତରାୟଙ୍କୁ ମିଶାଇ ହାଇକୋର୍ଟର ବିଚାରପତି ସଂଖ୍ୟା ଏବେ ୧୫ରେ ପହଁଚିଲା। ନୂଆ ବିଚାରପତିଙ୍କ ଯୋଗଦାନ ପରେ ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ଆହୁରୀ ସହଜ ହୋଇପାରିବ ବୋଲି ଆଶା କରାଯାଉଛି।

 

Leave A Reply

Your email address will not be published.