ନେହାଙ୍କ ‘କାଣ୍ଟା ଲଗା’ ଗୀତ

0

ମୁମ୍ବାଇ: ସେପ୍‌ଟେମ୍ବର ୧୦: ନିକଟରେ ଗାୟିକା ନେହା କMରଙ୍କ ଗୀତ ‘କାଣ୍ଟ ଲଗା’ ମୁକ୍ତିଲାଭ କରିଛି । ଏହି ଗୀତରେ ତାଙ୍କ ସହିତ ୟୋ ୟୋ ହନି ସିଂହ ଏବଂ ନେହାଙ୍କ ଭାଇ ଟୋନୀ କMର ମିଳିତ ଭାବେ ମିଶି ଗୀତ ଗାଇଛନ୍ତି । ଗୀତଟି ମୁକ୍ତିଲାଭ କରିବାର ଏକ ଘଣ୍ଟା ମଧ୍ୟରେ ୫୦ ଲକ୍ଷେରୁ ଅଧିକ ଦର୍ଶକ ଦେଖିସାରିଲେଣି । ଗୀତଟିର ଏତେ ଲୋକପ୍ରିୟତାକୁ ଦେଖି ନିକଟରେ ନେହା ଏହି ଗୀତ ଉପରେ ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର୍‌ କରିଛନ୍ତି । ଯେଉଁଥିପାଇଁ ସେ ଏବେ ଟ୍ରୋଲ୍‌ ହେଉଛନ୍ତି । ଦର୍ଶକ ନେହାଙ୍କର ମଜ୍ଜା ଉଡ଼ାଇବା ସହିତ ନେହାଙ୍କ ପୋଷାକ ଉପରେ ପ୍ରଶ୍ନ ଉଠଇଛନ୍ତି । କିଛି ଦର୍ଶକ ନେହାଙ୍କ ଗୀତକୁ ନାପସନ୍ଦ କରିଛନ୍ତି ଓ କିଛି ଦର୍ଶକ ଗୀତର ଲିରିକ୍ସକୁ ନାପସନ୍ଦ କରିଛନ୍ତି । ଖବର ଅନୁସାରେ, ଏହି ଗୀତର ଲରିକ୍ସ ଟୋନୀ ଲେଖିଛନ୍ତି । ତେବେ ଏତେ ଟ୍ରୋଲ୍‌ ମଧ୍ୟ ନେହାଙ୍କ ଗୀତଟି ବହୁତ ଲୋକପ୍ରିୟ ହୋଇଛି ।

Leave A Reply

Your email address will not be published.