ନାଉଗାଁର ନିଆରା ବୋଇତ ବନ୍ଦାଣ ଉତ୍ସବ

ସମୟ ଲାଇଭ୍‍,୧୨/୧୧: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାରା ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ତେବେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ସାଂସ୍କୃତିକ ପରିଷଦ ତରଫରୁ ବୋଇତ ବନ୍ଦାଣ ଉତ୍ସବ ଏବଂ ନାଉଗାଁ ମହୋତ୍ସବ ପାଳିତ ହୋଇଯାଇଛି।

ଏହି ଅବସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସରେଇକୁଳ ର ଛାତରଛାତ୍ରୀମାନଙ୍କୁ ସାଧବପୁଅ ଏବଂ ସାଧବବୋହୁ ବେଶରେ ସୁସଜ୍ଜିତ ଅବସ୍ଥାରେ ଶୋଭାଯାତ୍ରାରେ ଆଣି ଆନୁଷ୍ଠାନିକ ଭାବରେ ବୋଇତ ବନ୍ଦାଣ କରାଯାଇଥିଲା । ପ୍ରାୟ ଦଶ ହଜାର ରୁ ଅଧିକ ଭକ୍ତ ଶ୍ରଦ୍ଧାଳୁ ଏହି ଅବସରରେ ଉପସ୍ଥିତ ଥିବାରୁ ଦେବୀ ନଦୀ ଘାଟରେ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା।

Comments are closed.