ନାରୀ

ନାରୀଟିଏ କିଏ ? କ’ଣ ତା’ର ପରିଚୟ?
ଏପ୍ରଶ୍ନ ଯେବେ ବାରବାର
ଦୋହୋରାଇ ଦୋହୋରାଇ
ଏ ମନକୁ ଦିଏ ଚହଲାଇ
ଅସ୍ତବ୍ୟସ୍ତ-ଆନ୍ଦୋଳିତ କରେ ହୃଦୟକୁ ମୋର
ମନ କହେ- ନାରୀଟିଏ! ସୃଷ୍ଟିର ବୀଜଟିଏ
ଓଁକାର ଝଙ୍କାରର ଉଚ୍ଚାରିଣୀ ଶକ୍ତି ସିଏ
ପ୍ରକୃତି ଓ ପୁରୁଷର ସଂଯୋଗରେ
ଗଢା ଯେବେ ସୃଷ୍ଟି
ତେବେ ସେ ହ ତ ପ୍ରକୃତି ପୁରୁଷର ଶକ୍ତି! ! !
ଶକ୍ତିକୁ ବାଦ୍‍ ଦେଇ କାହିଁ ସେହି ସୃଷ୍ଟି ? ? ?
ଏହି ତା’ର ପରିଚୟ -ନାରୀ ସେ ଯେ ଶକ୍ତିସ୍ୱରୂପିଣୀ
ଯଦି କେହି କେବେ ଶକ୍ତିର ଅପଚେଷ୍ଟାକରି
ଘୋଷଣା କରେ ଅମୃତ ଭଣ୍ଡାର ମୋର
ତୁମେ ସବୁ ଦୁର୍ବଳ , ଶକ୍ତିହୀନ
କାହିଁ ତୁମ ସ୍ଥିତି???
ସେଠି ନାରୀଟିଏ; ସ୍ରଷ୍ଟାଙ୍କର ମାନସକନ୍ୟା
ମନମୋହିନୀ,ମାୟାବିନୀ,ଛଳନାମୟୀ
ବିଷ ଅମୃତର ଯଥାଯଥ ବିଚାରିଣୀ
ନାରୀ ସେ ଯେ ଶକ୍ତିସ୍ୱରୂପିଣୀ
ଯଦି କେହି କେବେ ଶକ୍ତିର ଅପଚେଷ୍ଟା କରି
ଘୋଷଣ୍‍ା୍‍ କ୍‍ରେ୍‍ ଅମୃତ ଭଣ୍ଡାର ମୋର
ତୁମେ ସବୁ ଦୁର୍ବଳ ଶକ୍ତିହୀନ
କାହିଁ ତୁମ ସ୍ଥିତି?
ସେଠି ନାରୀଟିଏ ସ୍ରଷ୍ଟାଙ୍କର ମାନସକନ୍ୟା
ମନମୋହିନୀ,ମାୟାବିନୀ,ଛଳନାମୟୀ
ବିଷଅମୃତର ଯଥାଯଥବିଚାରିଣୀ
ନାରୀ ସେ ଯେ ଶକ୍ତିସ୍ୱରୂପିଣୀ
ନାରୀସିଏ ସୃଷ୍ଟିର କାରେଣୀ,ଦୁଷ୍ଟସଂହାରିଣୀ
ଏହି ତା’ର ପରିଚୟ,ନାରୀ ସିଏ ଶକ୍ତିସ୍ୱରୂପିଣୀ….
ଅପରୂପା, ବହୁରୂପେ ଆର୍ବିଭୁତା,ସୁସଜ୍ଜିତା,ବିମଣ୍ଡିତା
ସେ ଦୁର୍ଗା,ଅମ୍ବା,ମହିଷାମର୍ଦ୍ଦିନୀ,ସୃଷ୍ଟିବିଧ୍ୱଂସିନୀ
ନାରୀ ସିଏ,ଶକ୍ତିସ୍ୱରୂପିଣୀ..

ସେ ସର୍ବଂସହା, ମାଟିର ଦୁଲାଳୀ, ଜନକ ନନ୍ଦିନୀ ସୀତା ,
ସେହି ନାରୀ ମନ୍ଦୋଦରୀ, ଅହଲ୍ୟା ସେ ଅନସୂୟା
ସତ୍ୟ,ଧର୍ମ, ନ୍ୟାୟର ଅନୁଗାମୀ, ସଦାଚାରିଣୀ,
ସମାଜର କଟାକ୍ଷ ପାଦରେ ଜର୍ଜରିତା ନିପୀଡ଼ିତା-ପବିତ୍ରତା
ସ୍ୱଧର୍ମ ପାଳନରେ ସଦା ଅନୁରକ୍ତା
ନିଜ ପାଇଁ ନକରି ଶୋଚନା….
ଧୈଯ୍ୟଶୀଳା, ସ୍ୱାଭିମାନେ ପାଲଟେ ପାଷାଣୀ
ସତୀତ୍ୱର ପରାକାଷ୍ଠା ନେଇ,
ପୁରୁଷର ଆହ୍ୱାନକୁ କରେ ଚୂର୍ଣ୍ଣୀଭୂତ
ଅବରଙ୍କ କୋହଭରାସ୍ୱାର, ମାଟି ମା’ର କୋଳେ ହୁଏ ଅବଲୁପ୍ତ..
ନାରୀ ସିଏ ପୁଣ୍ୟରୂପା, ସଂସ୍କୃତିସ୍ୱରୂପା
ସଭ୍ୟତାର ମାପକାଠି, ଗତି ଆଉ ମୁକ୍ତି
ସହେ ନାହିଁ ଦୁରାଚାରୀଙ୍କର ସଂହାର, ଅନ୍ୟାୟ ଦୁର୍ନୀତି
ବାରମ୍ବାର ସମ୍ଭୁତା ସେ ତେଜରୂପା ଗଙ୍ଗା ଯେ ଗଙ୍ଗୋତ୍ରୀ
ଅଗ୍ନ ସଂଜାତା ସେ ଅଗ୍ନିରୂପା,
ପାଞ୍ଚାଳୀ ସେ ସାହାସର ପ୍ରତିଧ୍ୱନୀ
ପରୀକ୍ଷାର ଜତୁଗୃହେ ବାରବାର ପ୍ରଜ୍ଜ୍ୱଳିତା
କଟାକ୍ଷ ପାତରେ ଯା’ର
ଭାଙ୍ଗି ଚୂରମାର ହୁଏ ପୁରୁଷର ଅଂହକାର
ଅଭିମାନ ବାଢ଼ି,ପୁରୁଷ ପୁଙ୍ଗବ ହୁଏ ସର୍ବହରା
ମନ କହେ- ନାରୀ ସିଏ ଶକ୍ତିର ସ୍ୱରୂପା….
ବାରବାର ନାରୀର ସାମର୍ଥ୍ୟକୁ ଅସ୍ୱୀକାର କରି
ଏ ସମାଜ ଭୁଲୁଙ୍କିତ କରେ ତା’ର ଶିରୀ ….
ତା’ ପାଇଁ ନୀତିନିୟମ ଶୃଙ୍ଖଳ ପ୍ରାଚୀର
ପୁରୁଷର ଅନୁଗାମିନୀ ସିଏ, ସ୍ୱାଧୀନତା ତା’ର
ଅପହୃତ, ଶୃଙ୍ଖଳବଦ୍ଧ ସେ
ଆଚାର ବିଚାରରେ ଅନୁବନ୍ଧିତ ….
ଆଜି କିଏ କହେ ନାହିଁ …ସେ ଗାର୍ଗୀ
ମୈତ୍ରେୟୀ, ଲୋପାମୁଦ୍ରା
ବୈଦିକ ଯୁଗର ଯୁଗଜନ୍ମା ବେଦମନ୍ତ୍ର ସିଦ୍ଧା ….
କେହି ମନେ କରେ ନାହିଁ – ସେ ଅରୁନ୍ଧତୀ, ସେ ଅନସୂୟା
ଅହଲ୍ୟା କି,ସୀତା
ସତୀତ୍ୱ ବଳେ ସେ ଜଗଜ୍ଜିତା….
ଗଙ୍ଗା କେବେ ସେ ଗାନ୍ଧାରୀ ସେ,
କୁନ୍ତୀ, ଦ୍ରୈାପଦୀ ରୂପେ ପରିଚିତା
ରାମାୟଣ ମହାଭାରତ ପରି ଅମୂଲ୍ୟ ଗ୍ରନ୍ଥ
ଯା’ ପାଇଁ ସଂରଚିତା
ନାରୀ ସେ ଯେ ଯୁଗେ ଯୁଗେ ଅମ୍ଳାନ ପ୍ରତିଭା
ସୃଷ୍ଟିର ଆଦ୍ୟ ଝଙ୍କାର ସ୍ୱରୂପା
ସେ ଶକ୍ତିମୟୀ, ସ୍ନେହମୟୀ ସେ ଯେ ଜଗଜ୍ଜିତା
ବିଶ୍ୱଦରବାରେ ଆଜି ନାରୀ ବହୁ ଚର୍ଚ୍ଚିତା, ବିଶ୍ୱବିଦିତା….
ଇତିହାସ କହେ ସେ- ଲକ୍ଷ୍ମୀବାଈ, କାରୁବାକୀ, ପଦ୍ମିନୀ,
ପୁତୁଲୀବାଈ, ସେ ମାଳତୀ ରମାଦେବୀ
ସରୋଜିନୀ ନାଇଡ଼ୁ, ଶ୍ରୀମା ମଦର ଟେରେସା
ଇନ୍ଦିରା ଗାନ୍ଧୀ ସେ ନନ୍ଦିନୀ ଜୟନ୍ତୀ ସେ ସଂଘମିତ୍ରା
କଳ୍ପନା ଚାୱଲା, ସୁନୀତା ଉଇଲିୟମସ୍‍ ସୁଷମା ସେ ବିଶ୍ୱ ବନ୍ଦିତା
ଯେ କରେ ଇତିହାସ ସୃଷ୍ଟି, ଗଢ଼େ ନୂତନ ବସୁଧା
ସେ ନାଟ୍ୟକାର, ଇଞ୍ଜିନିୟର, ଡ଼ାକ୍ତର
ସେ ଖେଳେ ହକି, କ୍ରିକେଟ୍‍ ଫୁଟବଲ୍‍ ଖେଳ
ମହାକାଶଚାରୀ ସେ ରଙ୍ଗମଞ୍ଚର ନାୟିକା …..
ତଥାପି ତା’ର ସାମର୍ଥ୍ୟକୁ ଅସ୍ୱୀକାର କରେ
ତା’ର ଶକ୍ତିକୁ ଆହ୍ୱାନ ଦିଏ …..
ତଥାକଥିତ ଅହଂକାରୀ ପୁରୁଷ ଦାନବ
ଦିବାଲୋକେ କରେ ତା’ର ଚରିତ୍ର ସଂହାର ….
ବାରମ୍ବାର ସେ ଭତ୍ସତା, ନୀପିଡ଼ୀତା, ଅଣଦେଖା
ଯୌତୁକ ଯୁଇରେ ଜଳେ ତା’ ଜୀବନର ଚିତା ….
ସତେ କାହିଁକି ଏଠି ବିଧି-ବିଧାନ ବିଚିତ୍ର
ସୁଖ ଶାନ୍ତି ସ୍ନେହ ଦାୟିନୀ ଚରିତ୍ରଟିଏ ପାଇଁ
ସମାଜ ବାଢ଼େ ଏତେ ଘୃଣା,
ଏତେ ଅସହିଷ୍ଣୁତା ଏତେ ହୀନମନ୍ୟତା
କହେ ଜନ୍ମ ତା’ର ଅବାଞ୍ଛିତ …..
ସେହି ନାରୀ ମା’, ଭଗିନୀ, ଜାୟା ଝିଅଟିଏ ସେତ
ସେହି ଯେ ଦୁହିତା ଦୁଇ କୂଳ ହିତା
ଜନ୍ମରୁ ଜୁଇ ଯାଏଁ ଯାକୁ ଘେରିଛି ବିପଦ
ପ୍ରତିଦାନେ ସ୍ନେହଟିକେ ଚାହେଁ ନଖୋଜେ ସମ୍ପଦ

Comments are closed.