ପିତା ନବ ଦାସ ଙ୍କ ପ୍ରତିନିଧି ରୂପରେ କାମ କରିବେ ଝିଅ ଦୀପାଳି

ସମୟ ଲାଇଭ୍‍, ୨୯/୧୧: ଗତ କିଛି ଦିନ ହେବ ଝାରସୁଗୁଡାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ଝିଅ ଦୀପାଳି ଦାସ କୁ ରାଜନୀତି ରେ ପ୍ରବେଶ କୁ ନେଇ  ଚର୍ଚ୍ଚା ଜୋରଦାର ଚାଲୁଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୀପାଳି ନିଜ ରାଜନୈତିକ ଇଚ୍ଛା ଜାହିର କରିବା ସହ ପିତାଙ୍କ ଦ୍ୱାରା ଆରମ୍ଭ କରିଥିବା ସମସ୍ତ ବିକାଶ ମୂଳକ କାର୍ୟ୍ୟକୁ କିପରି ଆଗେଇ ନେବେ ସେଥିପାଇଁ ଜୋର ଦେବେ ବୋଲି କହିଛନ୍ତି ।  ତାହା ସହ ନବ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ହେଲା ପରେ ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଶେଷ ସମୟ ଦେଇ ପାରୁନାହାନ୍ତି, ସେଥିପାଇଁ ସେ ପିତା ନବ ଦାସଙ୍କ ପ୍ରତିନିଧି ରୂପରେ କାମ କରିବା ସହ ଲୋକଙ୍କ ସେବା କରିବେ ବୋଲି ସେ କହିଛନ୍ତି.ତାହା ସହ ବେଶେଷ କରି ଗ୍ରାମଞ୍ଚଳ ରେ କିପରି ପାନୀୟ ଜଳ ,ସ୍ୱାସ୍ଥ୍ୟ ସେବା ,ଗମନା ଗମନ ପାଇଁ ଉତ୍ତମ ସୁବିଧା ସହ ମହିଳା ମାନଙ୍କୁ କିପରି ଉଚ୍ଚ ଶିକ୍ଷିତ କରାଜିରେ ସେଥିପାଇଁ ଜୋର ଦେବେ ବୋଲି ଦୀପାଳି ଦାସ ଏକ ସାମ୍ବାଦିକ ସମିଳନୀ ରେ କହିଛନ୍ତି.ତାହା ସହ ଆଗକୁ ପୌର ନିର୍ଵାଚନ ଥିବା ବେଳେ ଝାରସୁଗୁଡା ନଗରପାଳ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଏଡାଇ ନ ଥିବା ବେଳେ ଏ ବିଷୟରେ ଠିକ ସମୟରେ ଗଣମାଧ୍ୟମ କୁ ସୂଚନା ଦିଆଯିବ ବୋଲି କହିଛନ୍ତି ।

Comments are closed.