ବିଷାକ୍ତ ଛତୁ ଖାଇ 10 ଅସୁସ୍ଥ

 

ସମୟ ଲାଇଭ,3/5: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମକପୁର ଗ୍ରାମରେ ବିଷାକ୍ତ ଜଙ୍ଗଲି ଛତୁ ଖାଇ ରବିବାର ଦିନ ଗୋଟିଏ ପରିବାର ର ୧୦ ଜଣ ଅସୁସ୍ଥ ହୋଈ ପଡିଛନ୍ତି।ସେମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ  ସେଥି ମଧ୍ୟରୁ ଜଣେ ଶିଶୁ ଓ ଜଣେ ବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

ଚମକପୁର ଗ୍ରାମର ଆଶ୍ରମ ନାଏକ ଙ୍କ ପରିବାର ର ସଦସ୍ୟ ମାନେ ନିକଟରେ ଥିବା ଜଙ୍ଗଲ ରେ ଫୁଟିଥିବା ଛତୁ ଆଣି ଘରେ ରୋଷେଇ କରି ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ |

Comments are closed.