ନିଆରା ସଙ୍ଗଠନ ‘ଫୁଡ୍‌ ଆର୍ମୀ’

0

ମୁମ୍ବାଇ : ସେପ୍‌ଟେମ୍ବର ୮: ପ୍ଲାଷ୍ଟିକ୍‌ ପୂରା ଦୁନିଆ ପାଇଁ ସମସ୍ୟାର କାରଣ ପାଲଟିଛି । ବିଭିନ୍ନ ଦେଶରେ ଏଥିରୁ ଜନ୍ମିତ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ବିଶ୍ୱକୁ ଏହି ପ୍ଲାଷ୍ଟିକ୍‌ ପ୍ରଦୂଷଣରୁ ରୋକିବା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ । ମୁମ୍ବାଇର ‘ଫୁଡ୍‌ ଆର୍ମୀ’ ନାମକ ଏକ ସଂସ୍ଥା ଏ ଦିଗରେ ଅନେକ କାର୍ଯ୍ୟ କରୁଛି । ପ୍ଲାଷ୍ଟିକ୍‌ ପ୍ରଦୂଷଣ କମ କରିବା ପାଇଁ ସେମାନେ ଏକ ନୂଆ ଇକୋଫ୍ରେଣ୍ଡିଲ୍‌ ଉପାୟ ଆରମ୍ଭ କରିଛନ୍ତି । ଏହି ଉପାୟରେ ପ୍ଲାଷ୍ଟିକ୍‌ ଆର୍ବଜନା କମିବା ସହିତ ନୂଆ ସାମଗ୍ରୀର ଉଦ୍ଭାବନ ମଧ୍ୟ ହେଉଛି । ଏହି ଫୁଡ୍‌ ଆର୍ମୀ ସଙ୍ଗଠନରେ ଏକ ହଜାରରୁ ଅଧିକ ସଦସ୍ୟ କାମ କରୁଛନ୍ତି । ଏହି ସଦସ୍ୟମାନେ ପ୍ଲାଷ୍ଟିକ୍‌ ବ୍ୟାଗର ଉପଯୋଗ କରି ୬ଫୁଟ୍‌ ଓ ତିନି ଫୁଟ୍‌ ଲମ୍ବ ବିଶିଷ୍ଟ ପଟି ତିଆରି କରିବା ଆରମ୍ଭ କରିଛନ୍ତି । ଯାହା ପ୍ଲାଷ୍ଟିକ ଆର୍ବଜନା କମ କରିବା ସହିତ ରୋଜଗାରର ଅବସର ମଧ୍ୟ ପ୍ରଦାନ କରିଛି । ସେହିଭଳି ବ୍ୟବହୃତ ପ୍ଲାଷ୍ଟିକ୍‌ ବ୍ୟାଗ୍‌ସରୁ ଗରିବଙ୍କ ପାଇଁ ପଟି, ଗଦି ଆଦି ଘରୋଇ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ପ୍ରଥମେ କିଛି ଏହି ପ୍ରକଳ୍ପର କିଛି ଦିନ ପ୍ଲାଷ୍ଟିକ୍‌ ଆର୍ବଜନା ଏକାଠି କରିବାରେ ଅତିବାହିତ କରାଯାଇଥିଲା । ଏଥିରେ କାମ କରୁଥିବା ସମସ୍ତ ସଦସ୍ୟ ପ୍ରତିମାସରେ ଅନେକ ବ୍ୟବହୃତ ପ୍ଲାଷ୍ଟିକକୁ ଏକାଠି କରନ୍ତି । ଏହାପରେ ଏଥିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ । ପ୍ଲାଷ୍ଟିକକୁ ପ୍ରୋସେସିଂ କରିବା ପରେ ଏହି ସାମଗ୍ରୀ ତିଆରି କରାଯାଇଥାଏ । ଗରିବ ପରିବାରଙ୍କୁ ଏହି ସାମଗ୍ରୀକୁ ଗରିବଙ୍କୁ ମାଗଣା ଦିଆଯାଇଥାଏ । ଏହାସହିତ ଏହି ସଙ୍ଗଠନ ପ୍ଲାଷ୍ଟିକ୍‌ର କମ ବ୍ୟବହାର ନେଇ ଲୋକଙ୍କୁ ସଚେତନ ମଧ୍ୟ କରିଥାଏ । ସୋସିଆଲ ମିଡିଆରେ ଏହି ସଙ୍ଗଠନର କାର୍ଯ୍ୟକୁ ସମସ୍ତେ ବେଶ୍‌ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.