ପୋଲିସ ଅବତାରରେ ମୃଣାଳ

0

ମୁମ୍ବାଇ: ସେପ୍‌ଟେମ୍ବର ୯: ଫିଲ୍ମ ‘ସୁପର୍‌ ୩୦’ ଏବଂ ‘ବାଟ୍‌ଲା ହାଉସ୍‌’ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ମୃଣାଳ ଠାକୁର ପୋାଲିସ ହେବାକୁ ଯାଉଛନ୍ତି । ତେବେ ରିଅଲ୍‌ ଲାଇଫ୍‌ରେ ନୁହେଁ ରିଲ୍‌ ଲାଇଫ୍‌ରେ ସେ ପୋଲିସ୍‌ ହେବେ । ତାମିଲର ହିଟ୍‌ ଫିଲ୍ମ ‘ଥଡାମ୍‌’ର ହିନ୍ଦୀ ରିକେମ୍‌ରେ ସେ ଏହି ଅବତାର ଧାରଣ କରିବେ । ଭୂଷଣ କୁମାର ଏବଂ ମୁରାଦ ଖେତାନୀଙ୍କ ସମର୍ଥରେ ଏହି ହିନ୍ଦୀ ଫିଲ୍ମକୁ ଭରଦାନ କେଟ୍‌କର ନିର୍ଦ୍ଦେନ କରିବେ । ଫିଲ୍ମରେ ପୋଲିସ ଅବତାର ବହୁତ ଅକର୍ଷଣୀୟ ହୋଇଛି ବୋଲି ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି । ଫିଲ୍ମରେ ମୃଣାଳଙ୍କ ଅକ୍ସନ୍‌ ସିନ୍‌ ମଧ୍ୟ ରହିଛି । ଏଥିରେ ତାଙ୍କ ସହିତ ଅଭିନେତା ଆଦିତ୍ୟ ରାୟ କପୁର ଅଭିନୟ କରୁଛନ୍ତି । ତେବେ ତାମିଲର ଏହି ‘ଥଡାମ୍‌’ଫିଲ୍ମ ୨୦୧୯ରେ ରିଲିଜ୍‌ ହୋଇଥିଲା । ଏଥିରେ ଅଭିନେତା ଅରୁଣ ବିଜୟ, ଅଭିନେତ୍ରୀ ତାନ୍ୟା ହୋପ୍‌, ବିଦ୍ୟା ପ୍ରଦୀପ ପ୍ରମୁଖ ଅଭିନୟ କରିଛନ୍ତି ।

Leave A Reply

Your email address will not be published.