ଏଠାରେ ବିକ୍ରି ହୁଏ ଟଙ୍କା ….

ସମୟ ଲାଇଭ୍‍,୧/୧୨: ଆପଣ ହାଟରେ ପନିପରିବା ବା ଫଳ ବିକ୍ରି କଥା ଶୁଣିଥିବେ ଓ ଦେଖିଥିବେ ମଧ୍ୟ। ଆପଣ ଙ୍କୁ ମିଛି ଲାଗୁଥିଲେ ବି ଏହା ସତ। ଏମିତି କୌଣସି ହାଟ ବା ବଜାର ଦେଖିଛନ୍ତି କି ଯେଉଁଠି ବିଡା ବିଡା ହୋଇ ଟଙ୍କା ବିକ୍ରି କରାଯାଇଥାଏ। ନିଶ୍ଚିତ ଭାବରେ ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ସୋମାଲିଆର ଉତ୍ତର ପଶ୍ଚିମ ଓ ଉତ୍ତର ଆଫ୍ରିକାର ଗଲ୍‍ଫ୍‍ ଅଫ୍‍ ଅଡେନ୍‍ର ଦକ୍ଷିଣ ଉପକୂଳ ଅଞ୍ଚଳରେ ସୋମାଲିଲାଣ୍ଡ୍‍ ଅବସ୍ଥିତ। ସୋମାଲିଲାଣ୍ଡ୍‍ ଏଭଳି ଏକ ଦେଶ ଯେଉଁଠି ଫଳ ଓ ପନିପରିବା ବଦଳରେ ଟଙ୍କା ବିକ୍ରି କରାଯାଇଥାଏ।୧୯୯୧ ମସିହାରେ ଏହି ଦେଶ ସୋମାଲିଆ ଠାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଦେଶ ଭାବେ ପରିଚିତ ହୋଇଥିଲା।ଏହି ଦେଶର ମୁଦ୍ରା ସର୍ବଦା ସିଲ୍‍ ହୋଇ ରହିଥାଏ।କାରଣ ଅନ୍ୟ ଦେଶରେ ଏହି ମୁଦ୍ରାର କୌଣସି ମୂଲ୍ୟ ନ ଥାଏ। ଯେଉଁଥିପାଇଁ ଏହା ଏକ ଗରିବ ଦେଶ ଭାବେ ମଧ୍ୟ ପରିଚିତ।

ଏଠାରେ ଗୋଟିଏ ଆମେରିକୀୟ ଡଲାର ପ୍ରତି ୯୦୦୦ଟ ସିଲିଙ୍ଗ ହୋଇଥିବା ସୋମାଲିଲାଣ୍ଡ୍‍ ନୋଟର ଆବଶ୍ୟକ ହୋଇଥାଏ।ଭାରତୀୟ ମୁଦ୍ରାରେ ୧ ଟଙ୍କା ସେଠାରେ ୮ ଟଙ୍କା ସହିତ ସମାନ। ଏହି ସିଲିଙ୍ଗ୍‍ ମଧ୍ୟରେ କେବଳ ୫୦୦ ୧୦୦୦ ଟଙ୍କିଆ ନୋଟର ହିଁ ପ୍ରଚଳନ ହୋଇଥାଏ। ଓଟ ରପ୍ତାନୀ ଏଠାକାର ଏକ ସବୁଠାରୁ ବଡ ବ୍ୟବସାୟ। କାରଣ ଏଠାକାର ଅଧିକାଂଶ ଅଞ୍ଚଳ ବାଲିଆ ଓ ଶୁଷ୍କ ହୋଇଥାଏ। ସୋମାଲିଲାଣ୍ଡ୍‍ର ପ୍ରମୁଖ ଆକର୍ଷଣ ହେଉଛି ଏଠାରେ ଥିବା ହାଟ ବା ବଜାର। କାରଣ ଏଠାକାର ବଜାରରେ ଫଳ ଓ ପନିପରିବା ଠାରୁ ଅଧିକ ଟଙ୍କା ବିକ୍ରି ହେଉଥିବାର ଦେଖିବାକୁ ମିଳିଥାଏ। ଯଦି ସିମାଲିଲାଣ୍ଡ୍‍ବାସୀ କୌଣସି ମୂଲ୍ୟବାନ ଗହଣା କିଣିବାକୁ ଚାହାନ୍ତି ତେବେ ସେମାନଙ୍କୁ ବିଡ ବିଡା ସିଲିଙ୍ଗ୍‍ ହୋଇଥିବା ନୋଟକୁ ଗାଡିରେ ଲଦି ନେବାକୁ ପଡିଥାଏ।ସିଗାରେଟ ହେଉ ବା ବ୍ୟାଗ ଭର୍ତ୍ତି ପରିବା କିଣିବା ହେଉ ଏଥିପାଇଁ ପ୍ରଥମେ ବିଡା ବିଡା ନୋଟ୍‍ କିଣିବାକୁ ପଡିଥାଏ। ଏଠାରେ ଯେକୌଣସି ସାମଗ୍ରୀ କିଣିବାକୁ ହେଲେ ମୋବାଇଲ ଫୋନର ଆବଶ୍ୟକତା ପଡିଥାଏ। ଏମିତିକି ଭିକାରିଟିଏ ମଧ୍ୟ ମୋବାଇଲ ମାଧ୍ୟମାର କିଣାବିକା କରିଥାଏ।

କାରଣ ଏଠାରେ ଛୋଟ ଛୋଟ ସାମଗ୍ରୀ କିଣିବାକୁ ହେଲେ ଥଳି ଭରି ନୋଟ କିଣିବାକୁ ପଡିଥାଏ। ପ୍ରତ୍ୟେକଟି ସାମଗ୍ରୀ କିଣିବା ପାଇଁ ଥଳି ଭରି ନୋଟ୍‍ କିଣିବା ଅସମ୍ଭବ ସେଥିପାଇଁ ସେଠାକାର ଲୋକମାନେ ମୋବାଇଲ ଫୋନ୍‍ ମାଧ୍ୟମରେ କିଣାବିକା କରିଥାନ୍ତି। ଏଠାକାର ବାସିନ୍ଦା ମାନଙ୍କ ପାଇଁ ଏହା ଏକ ବିରାଟ ବଡ ସମସ୍ୟା ପାଲଟିଯାଇଛି। କାରଣ ଏଠାରୁୁ ନୋଟ୍‍ ଗୁଡିକୁ ଅତି ସହଜରେ ନେବା ସମ୍ଭବ ହୋଇ ନ ଥାଏ। ଏହା ବିଶ୍ୱର ଏଭଳି ଏକ ଦେଶ ଯାହାର ଅଧିକାଂଶ ଅର୍ଥ ବ୍ୟବସ୍ଥା ପର୍ୟ୍ୟଟକଙ୍କ ଉପରେ ନିର୍ଭର କରିଥାଏ। ଏଠାରେ ଅଧିକାଂଶ ବ୍ୟବସାୟ ଗୁଡିକର ନେଣଦେଣ ଇଣ୍ଟର୍‍ନେଟ୍‍ ମାଧ୍ୟମରେ କରାଯାଇଥାଏ। ରୋଜଗାର କରିବା ଏଠାକାର ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ସ୍ଥାନୀୟ ବାସିନ୍ଦା ମାଛ ଚାଷ ସହିତ ଅନ୍ୟାନ୍ୟ କାର୍ୟ୍ୟ କରି ପେଟ ପୋଷିଥାନ୍ତି। ସୋମାଲିଲାଣ୍ଡ୍‍ର ଜଣେ ନାଗରିକ ଓସମାନ ଅୱାର୍ଡଙ୍କ କହିବା ଅନୁଯାୟୀ ସୋମାଲିଲାଣ୍ଡର ମୁଦ୍ରା ଧୀରେ ଧୀରେ ଅଦୃଶ୍ୟ ହେବାର ଲାଗିଛି। ଏହି ଦେଶ ନୂଆ କରି ସ୍ୱାଧୀନତା ସତ୍ୱେ ଏହିଦେଶର ଆର୍ଥିକ ପରିସ୍ଥିତିର ସ୍ଥିରତା କମିବାରେ ଲାଗିଛି କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଏହାର ଅର୍ଥ ବ୍ୟବସ୍ଥାକୁ ସୂଚାରୁ ରୁପେ ତୁଲେଇବାରେ ଅକ୍ଷମ ହୋଇଛି। ଏହାବ୍ୟତିତ ଏଠାକାର ପରିବେଶ ଅନେକ ପ୍ରାକୃତିକସୌନ୍ଦର୍ୟ୍ୟ ରେ ଭରପୂର ଏଠାରେ ଅନେକ ରହସସ୍ୟମୟ ଗୁମ୍ଫା ଜଙ୍ଗଲ ମଧ୍ୟରର୍ହିଛି।ଏହା ଉପରେ ଗବେଷଣା କରିବା ପାଇଁ ବିଭିନ୍ନ ସ୍ଥାନରୁ ଅନେକ ଲୋକ ଏଠାକୁ ଆସିଥାନ୍ତି। ଦେଶରେ ପରିସ୍ଥିତି ସେତେଟା ସ୍ୱଚ୍ଛଳ ନହେଲେବି ଏଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟ ବେଶ ୍‍ମନରୋମ ହୋଇଥାଏ ଏହାର ପ୍ରାକୃତ୍ତିକ ପରିବେଶ ଅନେକ ପର୍ୟ୍ୟଟକଙ୍କୁ ଏଠାକୁ ଟାଣି ଆଣି ଥାଏ

Comments are closed.