ମୋଦୀଙ୍କ ତୁର୍କୀ ଗସ୍ତ ବାତିଲ

ଯୁଦ୍ଧ ଯାହାଜ ଚୁକ୍ତି ବାତିଲ

ସମୟ ଲାଇଭ,୨୦/୧୦: ମୋଦୀଙ୍କ ତୁର୍କୀ ଗସ୍ତ ବାତିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୁର୍କୀ ଗସ୍ତ ବାତିଲ ହୋଇଯାଇଛି । ଗତ ମାସରୁ କାଶ୍ମିରରୁ ଧାରା ୩୭୦ ଉଠିବା ପରେ ଜାତିସଂଘରେ ତୁର୍କୀ ରଷ୍ଟ୍ରପତିଙ୍କ ଭାଷଣକୁ ନେଇ ଭାରତ ଏଭଳି ନିଷ୍ପତ୍ତି ନେଇଛି ବୋଲି ପିଏମଓ ଅଫିସରୁ ସୂଚନା ମିଳିଛି । ହସ୍ତତ ହୋଇଥିବା ସବିଶେଷ ତଥ୍ୟ ଅନୁସାରେ ଗତ ଜୁନ ମାସରେ ଓସାକାଠାରେ ତୁର୍କୀ ରଷ୍ଟ୍ରପତି ଏର୍ଡୋଗାନଙ୍କୁ ଭେଟିବା ସହ ତୁର୍କୀ ଗସ୍ତ କରିବେ ବୋଲି କଥା ହୋଇଥିଲେ । ହେଲେ କାଶ୍ମିର ପ୍ରସଙ୍ଗରେ ତୁର୍କୀର ବିବାଦୀୟ ବୟାନ ଯୋଗୁଁ ଏବେ ତୁର୍କୀ ଗସ୍ତ ବାତିଲ ହେଲା ବୋଲି ଜଣାପଡିଛି । ବର୍ଷର ଶେଷଭାଗକୁ ଯିବାକୁ ଥିବା ତୁର୍କୀ ଗସ୍ତ ବାଥିଲ ହେବା ସହ ଦୁଇଦେଶ ମଧ୍ୟରେ ହେବାକୁ ଥିବା ଯୁଦ୍ଧ ଯାହାଜ ଚୁକ୍ତି ଏକରକମ ବାତିଲ ହୋଇଯାଇଛି ।

Comments are closed.