ଅନେକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତିସହ ସାଉଦି ଆରବ ଗସ୍ତରୁ ଫେରିଲେ ମୋଦୀ

0

ସମୟ ଲାଇଭ,୩୦/୧୦: ଦୁଇ ଦିନିଆ ସାଉଦି ଆରବ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ୲ ମୋଦୀଙ୍କ ଗସ୍ତବେଳେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷରିତ ହୋଇଛି ୲ ଦୁଇ ଦେଶର ସମ୍ପର୍କକୁ ଅଧିକ ମଜଭୁତ କରିବା ସହ ଦୁଇପାକ୍ଷକ ଚୁକ୍ତି ମଧ୍ୟ ସ୍ଵାକ୍ଷରିତ ହୋଇଛି ୲ ତୈଳ, ଗ୍ୟାସ ଓ ପ୍ରତିରକ୍ଷା କ୍ଷତ୍ରରେ ଦୁହେଁ ପରସ୍ପରକୁ ସାହାଯ୍ୟ କରିବା ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଦିଗରେ ଏହି ଗସ୍ତ ସହାୟକ ହେବ ବୋଲି କୁହାଯାଉଛି ୲ ଏହି ଅବଶରରେ ସାଉଦି ରାଜା ସଲମନ ବିନ ଅବଦୁଲ ଓ ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ କଥା ହୋଇଥିଲେ ୲ ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ସହୋଯୋଗ ଫଳରେ ଦୁଇ ଦେଶର ଉନ୍ନତି ହେଇପାରିବ ବୋଲି ଜଣାପଡ଼ିଛି ୲

Leave A Reply

Your email address will not be published.