ଆତଙ୍କବାଦୀଙ୍କ ହିଟ୍‍ ଲିଷ୍ଟରେ ମୋଦୀ-କୋହଲୀ

0

ସମୟ ଲାଇଭ୍‍,୨୯/୧୦: ଭାରତ ଉପରେ ଥରକୁ ଥର ଆତଙ୍କବାଦୀ ଆକ୍ରମଣ କରୁଥିବାବେଳେ ଅଲ୍‍ ଇଣ୍ଡିଆ ଲସ୍କର-ଏ-ତୈୟବ୍ୟା ନାମକ ଆତଙ୍କବାଦୀ ସଙ୍ଗଠନ ପୁଣିଥରେ ଭୋରତ ଉପରେ ନଜର ପକାଇଛି। ଏଥର ଆତଙ୍କବାଦୀଙ୍କ ଟାର୍ଗେଟରେ ଅନେକ ଉଲ୍ଲେଖନୀୟ ନାମ ସାମିଲ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କ ଉପରେ ବିପଦ ଥିବା କୁହାଯାଉଛି।
ସେହିପରି ଗୃହମନ୍ତ୍ରୀ ଅମିତ୍‍ ଶାହ, ରାଷ୍ଟ୍ରପତି ରାମନାଥ କୋବିଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପି କାର୍ଯ୍ରକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ମଧ୍ୟ ଏହି ଆତଙ୍କବାଦୀ ସଂଗଠନର ହିଟଲିଷ୍ଟରେ ଥିବା ସୂଚନା ମିଳିଛି।

Leave A Reply

Your email address will not be published.