ତେଜିଲେ ଛାତ୍ରଛାତ୍ରୀ, ବିଦ୍ୟାଳୟରେ ପକାଇଲେ ତାଲା

0

ସମୟ ଲାଇଭ୍‍,୫/୧୧:ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଜାମଦାପାଳ ସ୍ଥିତ ଆଦର୍ଶ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସୋମବାର ଦିନ ବ୍ଲକ ଗେଟ ଆଗରେ ତାଲା ପକାଇବା ସହିତ ଘେରାଉ କରିଥିଲେ । ବିଦ୍ୟାଳୟ ଆରମ୍ଭରୁ ଶ୍ରେଣି ଗୃହ ,ଶିକ୍ଷକ,ଶିକ୍ଷୟିତ୍ରୀ ନଥିବା ବେଳେ ପାଠ ପଢାରୁ ବଂଚିତ ହେଉଛନ୍ତି ଛାତ୍ରଛାତ୍ରୀ । ପିଲାମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ସରକାର । ଗତ ଅକ୍ଟୋବର ମାସ ୧୮ତାରିଖରେ ଓଡିଶାର ମହାମହିମ ରାଜ୍ୟପାଳ ଶ୍ୟାମସୁନ୍ଦର ପୁର ସ୍ଥିତ ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲା ବେଳେ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ରାଜ୍ୟପାଳ ଏବଂ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ବିଦ୍ୟାଳୟର ସମସ୍ୟାକୁ ନେଇ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ଏକ ଦାବିପତ୍ର ଦେଇଥିଲେ । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ମଧ୍ୟ ଏବାବଦରେ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଦାବିପତ୍ର ପ୍ରଦାନ କରିବାର ୧୬ ଦିନ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନ ହୋଇପାରିବାରୁ ଆଜି ଛାତ୍ରଛାତ୍ରୀମାନଙ୍କ ସହିତ ଅଭିଭାବକମାନେ ବ୍ଲକ ଆଗରେ ବହି,ଖାତା ସହିତ ବ୍ୟାଗ ଧରି ବସିରହିଥିଲେ । କୌଣସି ଲିଖିତ ପ୍ରତିଶୃତି ନଦେଲେ ଅନ୍ଦଳନରୁ ଅହ୍ଲାଇବେ ନାହିଁ ବୋଲି ପ୍ରକାଶ କରିଛନ୍ତ।

Leave A Reply

Your email address will not be published.