ଜାଲରେ ପଡ଼ିଲା ବିରଳ ମୟୁର ମାଛ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

ସମୟ ଲାଇଭ୍‍,୧/୧୧: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆଠାରେ ଏକ ବିରଳ ମାଛ ଦେଖିବାକୁ ମିଳିଛି । ଏ ମାଛକୁ ମୟୁର ମାଛ କୁହାଯାଏ । ଏହି ବିରଳ ମାଛକୁ ଦେଖିବାକୁ ତାଳଚୁଆଠାରେ ଲୋକମାନଙ୍କ ଭିଡ଼ ଲାଗିଛି । ଏହି ମାଛ ଦିଘାରେ ବିକ୍ରି କରାଯିବ । ଯାହାର ମୂଲ୍ୟ ଏକ କିଲୋ ପ୍ରତି ଦଶ ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି , ପୂରା ମାଛର ମୂଲ୍ୟ ୨ଲକ୍ଷ ଟଙ୍କା ହେବ । ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ପ୍ରଜନନ ପାଇଁ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି , ହେଲେ ଏହି କଟକଣା ସତ୍ୱେ ବିରଳ ମୟୁର ପ୍ରଜାତିର ମାଛକୁ ମତ୍ସ୍ୟଜୀବୀମାନେ ଧରି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବନବିଭାଗର କିଭଳି କାର୍ୟ୍ୟପନ୍ଥା ରହୁଛି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.