୫ ଜଣ ଯୁବକଙ୍କୁ କରୋନା ରୋଗୀ ଥିବା ଆମ୍ବୁଲାନ୍ସରେ ଲକ୍ କଲା ପୋଲିସ

ସମୟ ଲାଇଭ,୨୫/୪(ଗରୁଡ଼ଧ୍ୱଜ ଚୌଧୁରୀ): ବିନା ମାସ୍କରେ ବାଇକରେ ବୁଲୁଥିବା ୫ ଜଣ ଯୁବକଙ୍କୁ ପୋଲିସ ଅଟକାଇ କରୋନା ରୋଗୀ ଥିବା ଆମ୍ବୁଲାନ୍ସରେ ପୂରାଇ ଦେଲା  | କରୋନା ରୋଗୀ ଥିବା ଜାଣିବା ପରେ ଯୁବକଙ୍କ ହୋସ ଉଡିଯାଇଥିଲା ଓ ପ୍ରାଣ ବଞ୍ଚାଇବାକୁ ସେମାନେ କାକୁତି ମିନତି ହେବାରେ ଲାଗିଲେ l

ତା ପରେ ଆମ୍ବୁଲାନ୍ସ ଭିତରେ ଧାଁ ଦୌଡ଼ ଚାଲିଥିଲା | ତେବେ ପୋଲିସ ଦ୍ବାରା ଜାରି କରାଯାଇଥିବା ଏହି ଭିଡିଓ ସତ ନୁହେଁ, ବରଂ ଏକ ପ୍ରୋମସନାଲ ଭିଡିଓ l ଲୋକମାନଙ୍କୁ ସଚେତନ କରାଇବାକୁ ତାମିଲନାଡ଼ୁ ପୋଲିସ ଦ୍ଵାରାଏହି ଭିଡିଓ ଟିକୁ ପ୍ରସ୍ତୁତ କରାଯାଇଛି l ଜୀବନ କେତେ ମୂଲ୍ୟବାନ ବୋଲି ପୋଲିସ ଏହି ଭିଡିଓ ଜରିଆରେ ସନ୍ଦେଶ ଦେଇଛି l

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ତିରୁପୂର୍ ପୋଲିସର ଏହି କାର୍ଯ୍ୟକୁ ପ୍ରଶଂସା କ କରାଯାଇଛି l ଅବୁଝା ଲୋକମାନଙ୍କୁ ବୁଝାଇବାରେ ଏହା ସଠିକ୍ ବାଟ ବୋଲି ବହୁ ଲୋକ ଟୁଇଟର ଜରିଆରେ ସେୟାର କରିଛନ୍ତି l

Comments are closed.