ପୁଣି ମାତିଛନ୍ତି ଲାଲ ବାହିନୀ

ସମୟ ଲାଇଭ,୩/୧: କନ୍ଧମାଳରେ ପୁଣି ମାତିଛନ୍ତି ଲାଲ ବାହିନୀ। ଗୁରୁବାର ବିଳମ୍ବିତ ରାତିରେ ସେମାନେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ମୃତକ ହେଲେ କ. ନୂଆଗାଁ ଥାନା ଅନ୍ତର୍ଗତ ବୁଡ୍ରୁମାହା ଗାଁ’ର ରଞ୍ଜନ ଦିଗାଲ। ସୂଚନାନୁଯାୟୀ, ୬ରୁ ୭ ଜଣ ମାଓବାଦୀ ଗୁରୁବାର ରାତି ପ୍ରାୟ ୯ଟାରେ ରଞ୍ଜନଙ୍କ ବୁଡ୍ରୁମାହାସ୍ଥିତ ଘରକୁ ଆସି ତାଙ୍କୁ ଡାକିଥିଲେ। ପରେ ସେମାନେ କବାଟ ଭାଙ୍ଗି ଘର ଭିତରେ ପଶି ତାଙ୍କୁ ଗୁଳି କରିଥିଲେ। ମୃତଦେହକୁ ଗାଁ ସ୍କୁଲ ନିକଟରେ ଫିଙ୍ଗି ଦେବାସହ ସେଠାରେ ଏକାଧିକ ପୋଷ୍ଟର ଛାଡ଼ି ଯାଇଥିଲେ। ସେଥିରେ ସିପିଆଇ ନକ୍ସଲ କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ଏହି ମୃତ୍ୟୁଦଣ୍ଡ ଦିଆଯାଇଥିବା ସ୍ପଷ୍ଟ କରାଯାଇଛି। ତେବେ ପୂର୍ବରୁ ୨୦୧୯ ଜାନୁଆରୀ ୧୧ ତାରିଖରେ କେକେବିଏନ୍ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଏ ନେଇ ଚେତାବନୀ ଦିଆଯାଇଥିଲା।

Comments are closed.