ଆଜି ମାଲକାନଗିରି ବନ୍ଦ

ମାଲକାନଗିରି,୧୦/୧: କଂଗ୍ରେସ ପକ୍ଷରୁ ଶୁକ୍ରବାର ମାଲକାନଗିରି ବନ୍ଦ ପାଳନ କରାଯାଇଛି। ଜିଲ୍ଲାପାଳଙ୍କୁ ଗିରଫ ଦାବିରେ ମାଲକାନଗିରିରେ ବନ୍ଦ ପାଳନ କରାଯାଇଛି। ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଓ ବିଭିନ୍ନ ଦୁର୍ନୀତିର ତଦନ୍ତ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଏନେଇ ସମସ୍ତ ଦୋକାନ ବଜାର ବନ୍ଦ କରିବା ସାଙ୍ଗକୁ ଗାଡ଼ି ଚାଳଚଳ ଠପ୍ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ନିଖୋଜ ପରେ ମୃତଦେହ ଉଦ୍ଧାର ହୋଇଥିଲା। ଗତ ୨୭ତାରିଖ ଦିନ ଅଫିସକୁ ଯିବା ପରେ ସେଠାରୁ ଆଉ ଫେରିନଥିଲେ। ତେବେ ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପରିବାରର ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ନଖୋଜ ହେବାର ପରଦିନ ସତୀଗୁଡ଼ା ଡ଼୍ୟାମ ନିକଟରୁ ତାଙ୍କ ବାଇକ, ହେଲମେଟ ସହ ତାଙ୍କ ମୃତଦେହ ମଧ୍ୟ ମିଳିଥିଲା।

Comments are closed.