ମହାରାଷ୍ଟ୍ରରେ ରାତିରାତି ବଦଳିଲା ରାଜନୈତିକ ସମୀକରଣ

ସମୟ ଲାଇଭ୍‍,୨୩/୧୧: ମହାରାଷ୍ଟ୍ରରେ ହାଇଭୋଲଟେଜ ଡ୍ରାମା ପରେ ଏବେ ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଛି। ବିଜେପି ପୁଣି ଥରେ ବାଜି ମାରିଛି। ଯାହା ଫଳରେ ମହାରାଷ୍ଟ୍ରରେ ରାତାରାତି ରାଜନୈତିକ ସମୀକରଣ ବଦଳିଛି। ଆଜି ବିଜେପି ଏନସିପି ସହ ମହାମେଣ୍ଟ କରି ସରକାର ଗଠନ କରିଛି। ପୁଣି ଥରେ ଦେବେନ୍ଦ୍ର ଫଡନବୀସ୍ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ଏନସିପିର ବରିଷ୍ଠ ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଆଜି ରାଜଭବନରେ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଶପଥ ପାଠ କରିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ଶିବସେନା ଉପରେ ଜୋରଦାର ବର୍ଷିଛନ୍ତି। ‘ମହାରାଷ୍ଟ୍ରର ଜନତା ସ୍ପଷ୍ଟ ଜନମତ ଦେଇଛନ୍ତି। ଆମ ସହ ଲଢିଥିବା ଶିବସେନା ଏହି ଜନାଦେଶକୁ ସ୍ଵୀକାର ନକରି ଅନ୍ୟ ସହ ମେଣ୍ଟ କରିବାକୁ ଚେଷ୍ଟା କରିଥିଲା। ମହାରାଷ୍ଟ୍ରକୁ ସ୍ଥିର ଶାସନ ଦେବା ଆବଶ୍ୟକ ଥିଲା। ତେବେ ଏଥିପାଇଁ ଏନସିପି ଅଜିତ ପାୱାରଙ୍କ ସମର୍ଥନ ପାଇଁ ଧନ୍ୟବାଦ।‘ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ଵିଟ୍ କରି ଫଡନବୀସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.