ମଧ୍ୟପ୍ରଦେଶରେ ଆସନ ପାଇଁ କସରତ

ସମୟ ଲାଇଭ,୧୨/୩: ମଙ୍ଗଳବାର ଦିନ ୨୨ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ ମଧ୍ୟପ୍ରଦେଶ ରାଜନୀତିରେ ରାଜନୈତିକ ସଙ୍କଟ ଦେଖାଯାଇଛି ଜ୍ଝ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ସଙ୍କଟାପନ୍ନ ହେବାର ମୁଖ୍ୟ କାରଣ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ ଆରମ୍ଭ ହୋଇସାରିଛି । କମଳନାଥ ସରକାର ସଙ୍କଟରେ ପଡ଼ିଥିବା ଆଲୋଚନା ହେଉଛି । ଭୋପାଳଠାରେ କଂଗ୍ରେସ ବିଧାୟକ ଦଳ ବୈଠକରେ ମୋଟ ୧୧୪ ବିଧାୟକଙ୍କ ମଧ୍ୟରୁ ମାତ୍ର ୮୮ ବିଧାୟକ ଉପସ୍ଥିତ ରହିଥିଲେ । ଏପରିକି ପୂର୍ବରୁ କଂଗ୍ରେସକୁ ସମର୍ଥନ ଦେଉଥିବା ବିଏସପିର ୨, ଏସପିର ଜଣେ ଏବଂ ୪ ଜଣ ସ୍ୱାଧୀନ ବିଧାୟକଙ୍କ ସହିତ ମୋଟ ୭ ଜଣ ବିଜେପି ଶିବିରକୁ ଚାଲିଯାଇଛନ୍ତି ।

ତେଣୁ ଏବେ କମଲନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି ବୋଲି କୁହାଯାଉଛି । ତେବେ କମଲନାଥ କିପରି ବହୁମତ ରକ୍ଷା କରିପାରିବେ ତାହା ଉପରେ ସମସ୍ତଙ୍କ ନଜର । ମଧ୍ୟପ୍ରଦେଶରେ ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ୨ଟି ଆସନ ଖ;ଇ ପଡିଛି ଜ୍ଝ ଏଣୁ ୨୨୮ଟି ଆସନକୁ ନେଇ କସରତ ଜାରି ରହିଛି । ୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଏହି ବିଧାୟକମାନେ ଏବଂ ଅନ୍ୟ ସ୍ୱାଧୀନ ସଦସ୍ୟ ବିଜେପିକୁ ସମର୍ଥନ କରନ୍ତି ତେବେ ବିଜେପି ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିପାରେ ।

Comments are closed.