୯୨ ବର୍ଷରେ ପାଦ ଥାପିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ

0

ସମୟ ଲାଇଭ,୮/୧୧: ଆଜି ହେଉଛି ବିଜେପି ନେତା ୯୨ତମ ଜନ୍ମ ଜୟନ୍ତି। ବରିଷ୍ଠ ନେତା ତଥା ଅଯୋଧ୍ୟା ଆନ୍ଦୋଳନର କର୍ଣ୍ଣଧାର ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଭାରତୀୟ ଗଣତନ୍ତ୍ର କ୍ଷେତ୍ରରେ ଜଣେ ଯୁଗାନ୍ତକାରୀ ରାଜନେତା। ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମ ଅବିଭାଜିତ ଭାରତର ସିନ୍ଧ ପ୍ରଦେଶରେ ୮ନଭେମ୍ବର ୧୯୨୭ରେ ହୋଇଥିଲା ।ତାଙ୍କ ପିତାଙ୍କ ନାମ କୃଷ୍ଣଚନ୍ଦ ଡି ଆଡଭାନୀ ଓ ମାତାଙ୍କ ନାମ ଥିଲା ଜ୍ଞାନୀ ଦେବୀ । ଯେବେ ଦେଶ ବିଭାଜିତ ହୋଇଥିଲା , ସେବେ ତାଙ୍କ ପରିବାର ମୁମ୍ବାଇରେ ଥିଲା । ସେଠାରେ ସେ ଆଇନ ଶିକ୍ଷା ଗ୍ରହଣ କରିଥିଲେ । ୧୯୭୭ରେ ଜନତା ପାର୍ଟି ପରେ ୧୯୮୦ରେ ବିଜେପି ସହ ପ୍ରତ୍ୟକ୍ଷଭାବେ ଯୋଡି ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡଭାନୀଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି । ଗହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଏବଂ ବିଜେପିର କାର୍ୟ୍ୟକାରୀ ଅଧ୍ୟକ୍ଷ ଜେପୀ ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

 

Leave A Reply

Your email address will not be published.