ଘର ଆଗରେ ରଖ;ୁ ଗଣେଶଙ୍କୁ

0

ଭୁବନେଶ୍ୱର: ସେପ୍‌ଟେମ୍ବର ୧୦: ବାସ୍ତୁ ଶାସ୍ତ୍ର ଆମ ଜୀବନରେ ପ୍ରଭାବ ପକାଇଥାଏ ବୋଲି ଅନେକ ବିଶ୍ୱାସ କରନ୍ତି । ତେଣୁ ପ୍ରାୟ ସମସ୍ତେ ଘର ନିର୍ମାଣ କରିବା ପୂର୍ବରୁ ବାସ୍ତୁ ବିଶେଷଜ୍ଞ ଠାରୁ ଅନେକ ପରାମର୍ଶ ନେଇଥାଆନ୍ତି । ସେମାନେ ବାସ୍ତୁ ଅନୁସାରେ ଘରର କବାଟ, ଝରକା ଠାରୁ ଆରମ୍ଭ କରି ଜିନିଷ ମଧ୍ୟ କିଣିଥାଆନ୍ତି । ତେଣୁ ଘରର କେଉଁଠି କଣ ଲଗାଇବା ଦ୍ୱାରା ବାସ୍ତୁ ଅନୁସାରେ ଆପଣଙ୍କ ଘରର ଉନ୍ନତି ହେବ ସେ ନେଇ କିଛି ଟି« । ଭଗବାନ ଗଣେଶଙ୍କୁ ସମସ୍ତ ପୂଜାରେ ଆଗରେ ରଖାଯାଏ । ତାଙ୍କୁ ଆଗ ପୂଜା କରିବା ଦ୍ୱାରା ସବୁ ସିଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ସବୁ ପୂଜା, ପର୍ବ, ବିବାହ, ବ୍ରତରେ ଗଣେଶ ଆଗ ପୂଜା ପାଆନ୍ତି । ସେହିଭଳିି ବାସ୍ତୁ କ୍ଷେତ୍ରରେ ମଧ୍ୟ ଗଣେଶ ଆଗରେ । ଘରର ମୁଖ୍ୟ ଦ୍ୱାର ଆଗରେ ଗଣେଶ ମୂର୍ତ୍ତି ହେଉ କିମ୍ବା ଗଣେଶଙ୍କ ଛବି ଆଙ୍କ;ୁ । ଯାହାଫଳରେ ଘରେ ସୁଖ ଶାନ୍ତି ବଜାୟ ରହିବା ସହ ଆର୍ଥିକ ସଙ୍କଟ ଦେଖାଦେବ ନାହିଁ । ଏହାସହ ସର୍ବଦା ଘରର ମୁଖ୍ୟ ଦ୍ୱାରରେ ଏରୁଣ୍ଡି ରଖ;ୁ । ଏହା ଘର ପାଇଁ ବେଶ୍‌ ଶୁଭଦାୟକ ହୋଇଥାଏ । ଏହାସହ ଘରେ ଥିବା ପୂଜା ଘରେ ଗଣେଶଙ୍କ ମୂର୍ତ୍ତି ପୂଜା କର;ୁ । ଜୀବନ ମଙ୍ଗଳ ମୟ ହେବ । କେଉଁ ଆଡେ ଯିବା ଆଗରୁ ଗଣେଶଙ୍କୁ ଧ୍ୟାନ କରି ଯାଆ;ୁ, କାର୍ଯ୍ୟ ସିଦ୍ଧି ହେବ ।

Leave A Reply

Your email address will not be published.