ଓଡ଼ିଶାରେ ଏପ୍ରିଲ 30 କୁ ବଢିବ ଲକ ଡାଉନ ଅବଧି !

ସମୟ ଲାଇଭ,9/4:ଏପ୍ରିଲ 30 ଯାଏଁ ଲକ ଡାଉନ ଅବଧି ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | ଏନେଇ କେନ୍ଦ୍ରସରକାରଙ୍କୁ ଚିଠି ଲେଖା ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି |  ରାଜ୍ୟ ଏକ ବିପଦଜନ୍ନକ ପରିସ୍ଥିତିର ମୁକାବିଲା କରୁଥିଲା ବେଳେ ରାଜ୍ୟବାସୀ ଙ୍କ ସହଯୋଗ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ସେହିପରି ଜୁନ17 ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ଥିବାବେଳେ ରେଳ ଓ ବିମାନ ଚଳାଚଳ ବନ୍ଦ ରଖିବାକୁ କେନ୍ଦ୍ରସରକାଙ୍କୁ ଅନୁରୋଧ କରାଯାଇଛି |

ସୂଚନା ଥାଉ ମାର୍ଚ୍ଚ 15 ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚି଼ହ୍ନଟ କରାଯାଇଥିଲା | କ୍ରମେ ଏହି ସଂଖ୍ୟା ବୃଦ୍ଧି ହୋଇ 42 ରେ ପହଁଚିଛି | ଅନ୍ୟପଟେ କୋରାନରେ ଆକ୍ରାନ୍ତ ଜଣେ 72 ବୟସ୍କ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

Comments are closed.