ଲକ ଡାଉନରେ ଜୁଆ ଆଡ୍ଡାରେ ଚଢ଼ାଉ

ସମୟ ଲାଇଭ,୨୮/୩; ଲକ-ଡାଉନର ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ପାରଳାଖେମୁଣ୍ଡି ସମେତ ୭ ଗୋଟି ବ୍ଲକରେ ସରକାରଙ୍କ ଲକ-ଡାଉନକୁ ଆଇନ ଉଲଂଘନ ଅଭିଯୋଗରେ ୨୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଓ ନିଦ୍ଦେର୍ଶ କ୍ରମେ ସାରା ଜିଲ୍ଲାରେ ଲକ-ଡାଉନକୁ ଭାବେ ପାଳନ କରାଯାଉଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ସମସ୍ତ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପାରଳାଖେମୁଣ୍ଡିରୁ ଗତକାଲି ରାତିରେ କାମ୍ଫସାହିର ଏକ ଘରେ ଜୁଆ ଖେଳଚାଲୁଥିବା ବେଳେ ପୋଲିସ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୪,୧୦୦ ଟଙ୍କା ଜବତ କରିଛି | ଏହା ସହ ୮ ଗୋଟି ମୋବାଇଲ ଫୋନ, ୩ଗୋଟି ବାଇକ ମଧ୍ୟ ଜବତ କରାଯାଇଛି | ସେମାନଙ୍କୁ କୋର୍ଟ ଫରୱାର୍ଡ଼ କରାଯାଇଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି |

Comments are closed.