ଜାନୁଆରୀରୁ ଅଧ୍ୟାପକଙ୍କ ଦକ୍ଷତା ଯାଞ୍ଚ

ସମୟ ଲାଇଭ୍‍,୨୫/୧୧: ରାଜ୍ୟରେ ଉଚ୍ଚଶିକ୍ଷାରେ ସୁଧାର ଆଣିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ଏଣୁ ଆସନ୍ତା ଜାନୁଆରୀରୁ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟାପକ ଅଧ୍ୟାପିକାଙ୍କ ଦକ୍ଷତା ଯାଞ୍ଚ କରାଯିବ। ତେବେ ଶିକ୍ଷାଦାନରେ ଦୁର୍ବଳ ଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଖୁବ୍‍ଶୀଘ୍ର ୮ ହଜାର ଅଧ୍ୟାପକ
ଅଧ୍ୟାପିକାଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ଅ୍ରାସନ୍ତା ଜାନୁଆରୀ ନିୟମ କଡ଼ାକଡ଼ି ହେବାକୁ ଥିବାବେଳେ ଏହି ନିୟମ ଉଭୟ +୨ ଓ +୩ ପାଇଁ ଲାଗୁ ହେବ।

Comments are closed.