ଆଜିଠୁ କ।ର୍ଯ୍ଯରେ ଯୋଗଦେବେ ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ

ସମୟ ଲାଇଭ,୪/୧୧: ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ ଆଜିଠୁ କ।ର୍ଯ୍ଯରେ ଯୋଗଦେବେ । ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ହାଇକୋର୍ଟ ବାର୍ ଓ କଟକର ଅନ୍ୟ ବାର୍ ଓକିଲଙ୍କୁ କର୍ଯ୍ଯରେ ଯୋଗ ଦେବାକୁ ହାଇକୋର୍ଟ ବାର୍ ଆସୋସିଏସନ୍ ଅନୁରୋଧ କରିଛି। ଆନ୍ଦୋଳନ ନକରି କ।ର୍ଯ୍ଯରେ ଯୋଗ ଦେବାପାଇଁ ବାର୍ କାଉନସିଲ ଅଫ ଇଣ୍ଡିଆ ପରାମର୍ଶ ଦେଇଥିଲେ। ଗତ ୧ ତାରିଖରେ ବସିଥିବା ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆଙ୍କ ପରାମର୍ଶକୁ ମାନି କାର‌୍ୟ୍ୟବନ୍ଦ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଥିଲେ ହାଇକୋର୍ଟ ବାର୍ ଆସୋସିଏସନ୍ ଆଇନଜୀବୀ। ବିଚାରପତି ନିଯୁକ୍ତିରେ କଲିଜିୟମ୍ ବ୍ୟବସ୍ଥାକୁ ଉଚ୍ଛେଦ ସହ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ ଆଦି ଦାବି ରଖିଛି ହାଇକୋର୍ଟ ବାର୍ ଆସୋସିଏସନ୍‌।

Comments are closed.