ଦୁଇ ବର୍ଷର ଶିଶୁ ଗାଉଛି ଲତାଙ୍କ ଗୀତ, ଭିଡ଼ିଓ ଭାଇରାଲ

ସମୟ ଲାଇଭ୍‍,୪/୧୨: ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ବ୍ୟକ୍ତି ନିଜର କଳା ପ୍ରଦର୍ଶନ କରି ପ୍ରସିଦ୍ଧି ଲାଭ କରୁଛନ୍ତି। ଗୀତ ହେଉ କି ନୃତ୍ୟ ବା ଅଭିନୟ ନିଜର କଳା ୍ରଦର୍ଷିତ ହେବା ପରେ ତାହା ଭାଇରାଳ ହେଉଛି। ଯାହା ସେମାନଙ୍କ ପାଇଁ ମାଇଲ ଖୁଣ୍ଟ ସଦୃଶ। ଡ଼୍ୟାନ୍ସି ଅଙ୍କଲ ହୁଅନ୍ତୁ ବା ରାନୁ ମଣ୍ଡଳ ନିଜର ପ୍ରତିଭା ପ୍ରଥମେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ରାନୁ ଲତା ମଙ୍ଗେସକରଙ୍କୁ କପି କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଗୀତ ଷ୍ଟେସନରେ ଗାଉଥିବାବେଳେ ତାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଓ ପରେ ସେ ସାରା ଦେଶରେ ପାଲଟିଯାଇଥିଲେ ଜଣେ ଜଣାଶୁଣା ଚେହେରା।
କେବଳ ସେ ନୁହଁନ୍ତି ଆଉ ଜଣେ ଦୁଇ ବର୍ଷର ଅବୋଧ ଶିଶୁ ଲତା ମଙ୍ଗେସକରଙ୍କୁ ଅନୁସରଣ କରି ସଫଳତାର ସିଢ଼ି ଚଢ଼ୁଛନ୍ତି। ବାଳିକାଙ୍କ ନାମ ପ୍ରଜ୍ଞା ମେଧା ବୋଲି କୁହାଯାଉଛି। ଲତାଙ୍କ ପ୍ରସିଦ୍ଧ ଗୀତ ‘ଲଗ୍‍ ଯା ଗଲେ’କୁ ଖୁବ୍‍ ସୁନ୍ଦର କଣ୍ଠରେ ଗାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦର୍ଶକ ମଧ୍ୟ ଭିଡ଼ିଓ ଗୁଡ଼ିକୁ ଖୁବ୍‍ ପସନ୍ଦ କରୁଛନ୍ତି।

Comments are closed.