ସରକାର ଉଦ୍ଧାର କର!

 

ସମୟ ଲାଇଭ,୨୯/୩(ରାଜ ଗୁପ୍ତା) : ଲକଡାଉନ ଘୋଷଣା ପରେ ଓଡିଶା ବାହାରେ ଫସି ରହିଛନ୍ତି ଆଦିବାସୀ ପ୍ରବଣ ମୟୁରଭଞ୍ଜର ୨୦ ରୁ ଅଧିକ ଶ୍ରମିକ । ଫସିରହିଥିବା ଓଡ଼ିଆଙ୍କ ପାଇଁ ଖାଦ୍ୟବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ରାଜ୍ୟକୁ ଚିଠି ଲେଖି ଅନୁରୋଧ କରିଥିବା ବେଳେ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ଶିଳ୍ପଶୁନ୍ୟ ମୟୁରଭଞ୍ଜର ଶ୍ରମିକମାନେ ରୋଜଗାର ପାଇଁ ବାହାର ରାଜ୍ୟକୁ ଲକଡାଉନ ଘୋଷଣାକୁ ନେଇ ଫସି ରହିଛନ୍ତି। ନିଜ ପରିବାର ପ୍ରତିପୋଷଣ ପାଇଁ ମୋରଡା ବ୍ଲକ ତଥା ମୋରଡା ଥାନା ଅଂଚଳର ଆଣୁଆ ଘାସିଡିହି ର ୨୦ ରୁ ଅଧିକ ଜଣ ଯୁବକ ତାମିଲନାଡୁର କାଞ୍ଚିପୁରମ ଜିଲ୍ଲା ଏକ କମ୍ପାନୀରେ କାମକରନ୍ତି ହେଲେ କରୋନା ପାଇଁସାରା ଭାରତ ଲକଡ଼ାଉନ ହେବାପରେ ଓଡିଶା ଫେରି ପାରୁନାହାନ୍ତି ଶ୍ରମିକ । ଏମିତିକି କମ୍ପାନୀ ବନ୍ଦ ହୋଇଯାଇଛି ପାଖରେ ଥିବା ରାସନସାମଗ୍ରୀ, ପଇସା ସରିଯିବା ପରେ ପେଟରେ ଦାନାମୁଠେ ଦେବାକୁ ପାଖରେ ସମ୍ବଳ ନାହିଁ ଫଳରେ ବାହାରକୁ ଯାଇ ହେଉନାହିଁ କି କୌଣସି ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇନପାରି ଭୋକ ଉପବାସରେ ଛଟପଟ ହେଉଛନ୍ତି । ଶେଷରେ ସୋସିଆଲ ମିଡିଆରେ ଓଡିଶା ସରକାରଙ୍କୁ ହାତଯୋଡି ଗୁହାରି କରିଛନ୍ତି ନିଜ ରାଜ୍ୟକୁ ଫେରାଇ ଆଣିବାକୁ । ଏଭଳି ସ୍ଥିତିରେ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ହାତଯୋଡି ସରକାରଙ୍କୁ ନିବେଦନ କରିଛନ୍ତି ।

Comments are closed.