ଖାଦ୍ୟ ଜଣାଇବ ବ୍ୟକ୍ତିତ୍ୱ

0

ମିଠାପସନ୍ଦ କରୁଥିବା ବ୍ୟକ୍ତି-ଏମାନେ ସର୍ବଦା ଶାନ୍ତ ଏବଂ ଦୟାଳୁ ହୋଇଥାଆନ୍ତି । ଖୁସି ରୁହନ୍ତି ଏବଂ ଖୁସି ବାଣ୍ଟିବାକୁ ମଧ୍ୟ ପସନ୍ଦ କରନ୍ତି । ସରଳ ସ୍ୱଭାବଯୁକ୍ତ ହେତୁ ଅନ୍ୟମାନେ ଏହାର ଫାଇଦା ଉଠେଇବା ପାଇଁ ଚେଷ୍ଟା କରିଥାଆନ୍ତି ।
ରାଗ ପସନ୍ଦ କରୁଥିବା ବ୍ୟକ୍ତି-ଏଭଳି ଖାଦ୍ୟ ପ୍ରତି ରୁଚି ରଖୁଥିବା ବ୍ୟକ୍ତି ସ୍ପଷ୍ଟବାଦୀ ଏବଂ ଖୋଲା ହୃଦୟସମ୍ପନ୍ନ ହୋଇଥାଆନ୍ତି । ବେଳେ ବେଳେ ଲୋକମାନେ ଏହି ବ୍ୟକ୍ତିଙ୍କ ପ୍ରତି ଭୂଲ ଧାରଣା ପୋଷଣ କରିଥାଆନ୍ତି, କିନ୍ତୁ ଖୋଲା ମିଜାଜର ହୋଇଥିବାରୁ ଏଥିପ୍ରତି ବିଶେଷ ଧ୍ୟାନ ଦେଇନଥାନ୍ତି ।
ଲୁଣି ପସନ୍ଦ କରୁଥିବା ବ୍ୟକ୍ତି-କୌଣସି ବିଷୟରେ ନିଜର ମତାମତ ଏବଂ ଭାବନା ପ୍ରକାଶ କରିବା ପାଇଁ ଏମାନେ କଦାପି ସଙ୍କୋଚ କରନ୍ତି ନାହିଁ । ଏମାନେ ବେଶି ମାତ୍ରାରେ ସ୍ପଷ୍ଟବାଦୀ । ଖୁସ ମିଜାଜର ବି ହୋଇଥାନ୍ତି । ଅନ୍ୟ ବ୍ୟାପାରରେ ମୁଣ୍ଡ ଖେଳେଇବା ଏମାନଙ୍କ ନୀତି ହୋଇନଥାଏ ।
ଖଟା ପସନ୍ଦ କରୁଥିବା ବ୍ୟକ୍ତି-ଏମାନେ ଛୋଟ ଛୋଟ କାର୍ଯ୍ୟ ଦ୍ୱାରା ଆନନ୍ଦ ଲାଭ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏଭଳି ବ୍ୟକ୍ତି ସାଧାରଣତଃ ଆବେଗ ପ୍ରବଣ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇଥାନ୍ତି ।
ପିତା ପସନ୍ଦ କରୁଥିବା ବ୍ୟକ୍ତି- ଏଭଲି ଲୋକେ ସାଧାରଣତଃ ଅନ୍ୟମାନଙ୍କ ପ୍ରତି ନକାରାତ୍ମକ ଚିନ୍ତାଧାରା ପୋଷଣ କରିଥାନ୍ତି । ଏମାନେ ନୂତନ ସମ୍ପର୍କ ବା ବନ୍ଧୁ ସ୍ଥାପନ କରିବା ପାଇଁ ଆଦୌ ପସନ୍ଦ କରନ୍ତି ନାହିଁ । କିଛି ଘଟଣା ଘଟିବା ପୂର୍ବରୁ ଏମାନେ ତାହାର ଖରାପ ଦିଗ ପ୍ରତି ହିଁ ବିଶେଷ ଧ୍ୟାନ ଦିଅନ୍ତି ।

Leave A Reply

Your email address will not be published.