ଭାରତୀୟ ମହିଳା ବେସବଲ୍‍ ଦଳରେ କିସ୍‍ରୁ ୩ ଖେଳାଳି

ସମୟ ଲାଇଭ୍‍,୯/୧୧: ଆଜିଠାରୁ ଚୀନର ଝୋଙ୍ଗଶାନ୍‍ଠାରେ ଦ୍ୱିତୀୟ ବିଏଫ୍‍ଏ ମହିଳା ବେସବଲ୍‍ ଏସିଆନ୍‍ କପ୍‍ ଆରମ୍ଭ ହୋଇଯାଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ କିସରୁ ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଗୀତା ଭୂୟାଁ, ଶ୍ୱେତାସିନୀ ଶବର ଓ ବିନୁ ସାହୁ। ଗୀତା ଓ ଶ୍ୱେତାସିନୀ ଖେଳାଳି ଭାବେ ସ୍ଥାନ ପାଇଥିବାବେଳେ ବିନୁ କୋଚ୍‍ ଭାବେ ସାମିଲ ଅଛନ୍ତି।

Comments are closed.