ପାକିସ୍ତାନ ଯିବାକୁ ଖେଳାଳିଙ୍କୁ ଅନୁମତି ଦିଆଯାଇନାହିଁ : କେନ୍ଦ୍ରୀୟ ଖେଳମନ୍ତ୍ରୀ

0

ସମୟ ଲାଇଭ, ୧୦/୨: ପାକିସ୍ତାନ ପକ୍ଷରୁ ୱାର୍ଲଡ଼୍‍ କବାଡ଼ି ଚାମ୍ପିୟନସିପ୍‍ ଆୟୋଜିତ ହୋଇଛି। ଏଥିପାଇଁ ଭାରତୀୟ କବାଡ଼ି ଖେଳାଳି ପାକିସ୍ତାନରେ ପହଞ୍ଚିସାରିଛନ୍ତି। ତେବେ ଭାରତୀୟ ଖେଳାଳିଙ୍କୁ ପାକିସ୍ତାନ ଯିବାକୁ ଅନୁମତି ଦିଆଯାଇନାହିଁ ବୋଲି କେନ୍ଦ୍ରୀୟ ଖେଳମନ୍ତ୍ରୀ କିରଣ ରିଜିଜୁ ସ୍ପଷ୍ଟ କରିନାହାନ୍ତି। ଏନେଇ ଆମେ ଭାରତୀୟ କବାଡ଼ି ସଂଘ ସହ ଆଲୋଚନା କରିବୁ ବୋଲି ରିଜିଜୁ କହିଛନ୍ତି। ଏହା ପୂର୍ବରୁ ଏକେଏଫ୍‍ଆଇର ପ୍ରଶାସନିକ ଅଧିକାରୀ ଜଷ୍ଟିସ୍‍ ଏସପି ଗର୍ଦ୍ଦ କହିଛନ୍ତି ଯେ, ସଂସ୍ଥା ପକ୍ଷରୁ କୌଣସି ଖେଳାଳିଙ୍କୁ ପାକିସ୍ତାନ ଯିବାକୁ ଅନୁମତି ଦିଆଯାଇନାହିଁ। ଏପରି କି, ଯଦି କୌଣସି ଖେଳାଳି ନିୟମ ଭଙ୍ଗ କରିଥା’ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.