ଶତାଧିକ ସହିଦଙ୍କ ପରିବାରକୁ ଅକ୍ଷୟ ଦେଲେ ଦୀପାବଳି ଖର୍ଚ୍ଚ

0

ସମୟ ଲାଇଭ୍‍,୨୧/୧୦: ରିଲ୍‍ ଲାଇଫ ଠାରୁ ଆରମ୍ଭ କରି ନିଜର ହିରୋଗିରି ପାଇ ଁ ସବୁବେଳେ ଖିଲାଡ଼ି ଅକ୍ଷୟ କୁମାର ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ଆଗକୁ ଆସୁଥିବା ଆଲୋକର ପର୍ବ ଦୀପାବଳୀକୁ ନେଇ ଅକ୍ଷୟ କିଛି ଏପରି କରିଛନ୍ତି ଯାହାଦ୍ୱାରା ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି। ଶତାଧିକ ସହିଦଙ୍କ ପରିବାରକୁ ଦୀପାବଳୀ ଉତ୍ସବ ପାଳନ ପାଇଁ ୨୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି।
ତେବେ ଏତିକି ନୁହେଁ ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ତାଙ୍କର ପୂର୍ବରୁ ବହୁତ ଉଳ୍ଳେଖନୀୟ ଅବଦାନ ରହିଛି।
ନିକଟରେ ଅକ୍ଷୟ ଏପରି ଏକ ଆପ୍‍ ଡ଼େଭେଲପ୍‍ କରିବା ପାଇଁ ନିଜର ସୋସିଆଳ ମିଡ଼ିଆ ଆକାଉଣ୍ଟରେ ପ୍ରସ୍ତାବ ଦେଇଥିଲେ ଯାହା ମାଧ୍ୟମରେ ଅନ୍ୟକଚ ସହାୟତା ପ୍ରଦାନ କରିବାକୁ ଚାହୁଁଥିବା ବ୍ୟକ୍ତି ସିଧାସଳଖ ବିପଦରେ ଥିବା ବ୍ୟକ୍ତିଙ୍କ ସହ ସିଧାସଳଖ ଯୋଡ଼ି ହୋଇପାରିବେ। ଏହାଦ୍ୱାରା ଜଣେ ଅନାୟାସାରେ ଅନ୍ୟଜଣଙ୍କର ସହାୟତା କରିପାରିବେ ବୋଲି ସେ କହିଥିଲେ।

ତେବେ ମହାରାଷ୍ଟ୍ର ମରୁଡ଼ି ପିଡ଼ୀତଙ୍କ ଉଦ୍ଦେଶ୍ୟରେ ସହାୟତାର ହାତ ବଢ଼ାଇଥିଲେ ଅକ୍ଷୟ। ୧୮୦ଳ ପରିବାରକୁ ପ୍ରାୟ ୯୦ ଲକ୍ଷର ସହାୟତା ରାଶି ପ୍ରଦାନ କରିଥିଲେ ଏହି ଅଭିନେତା।
ସେହିପରି ସଲମାନଙ୍କ ଚାରିଟେବୁଲ ଟ୍ରଷ୍ଟ ‘ ବିଇଙ୍ଗ୍‍ ହ୍ୟୁମାନ’ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦେଇଥିଲେ।
ସେହିପରି ଚେନ୍ନାଇର ବନ୍ୟା ବାଧିତଙ୍କୁ ସେ ୧ କୋଟି ଟଙ୍କା ସାହାଯ୍ୟ କରି ପ୍ରାଂସାର ପାତ୍ର ହୋଇଥିଲେ।
ତେବେ ବହୁତ କମ୍‍ ଲୋକ ଜାଣନ୍ତି ଯେ, ମହିଳାଙ୍କୁ ଆତ୍ମସୁରକ୍ଷା କୌଶଳ ଶିଖାଇବା ପାଇଁ ଅକ୍ଷୟ ଏକ ମ୍ୟାରିଟାଲ ଆର୍ଟସ ସ୍କୁଲ ଖୋଲିଥିଲେ। ଏଥିରେ ୪୦୦୦ ମହିଳା ମାଗଣାରେ ଏହି ପ୍ରଶିକ୍ଷଣ ନେଇଥିଲେ।

ତେବେ ରିୟଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି’ର ଜଣେ ପ୍ରତିଯୋଗୀଙ୍କ କ୍ଷେତ୍ରରେ ମଧ୍ୟ ଅକ୍ଷୟ ନିଜର ବଦାନ୍ୟତା ଦେଖାଇଛନ୍ତି। ପ୍ରତିଯୋଗୀ ଜଚ୍ଚଙ୍କ ଅଧାରୁ ଶୋ’ରୁ ବାହାରିଥିବାବେଳେ ବିଜୟୀ ହୋଇଥିଲେ ସେ ଜିତିଥିବା ଅର୍ଥରେ ପିତାଙ୍କ କ୍ୟାନସର୍‍ ଚିକିତ୍ସା କରିଥା’ନ୍ତେ ବୋଳି କହିଥବଲେ। ତେବେ ଏଥିରେ ଅକ୍ଷୟ ତାଙ୍କ ପିତାଙ୍କ ଚିକିତ୍ସା ପାଇଁ ୨୫ ଲକ୍ଷର ଏକ ଚେକ୍‍ ପ୍ରଦାନ କରିଥିଲେ।
୨୦୦୬ ମସିହା ଜୁଳାଇ ୧୧ରେ ହୋଇଥିବା ଟ୍ରେନ୍‍ ବ୍ଲାଷ୍ଟିଂରେ ପିଡ଼ୀତଙ୍କ କ୍ଷେତ୍ରରେ ମଧ୍ୟ ସହାୟତା ପାଇଁ ଅକ୍ଷୟ ଆଗକୁ ବଢ଼ିଥିଲେ।
ଏକ ପଞ୍ଜାବୀ ଭଜନ ଗାଇ ଉପାର୍ଜନ କରିଥିବା ସମସ୍ତ ଅର୍ଥ ସେ ଏହି ପିଡ଼ୀତଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ପୁଲୱାମା ଆକ୍ରମଣ ହେଉବା ଆସାମ ବନ୍ୟା ଏପରିକି କୃଷକ ଆତ୍ମହତ୍ୟା ରୋକିବା ପାଇଁ ମଧ୍ୟ ସେ ସହାୟତା ପ୍ରଦାନରେ ଆଗୁଆ ଅଛନ୍ତି।

Leave A Reply

Your email address will not be published.