ବସନ୍ତ ପଞ୍ଚମୀରେ ପ୍ରସ୍ତୁତ କରନ୍ତୁ ଜାଫରିନ୍‍ ଖିରୀ

0

ସମୟ ଲାଇଭ,୨୮/୨: ଚଳିତବର୍ଷ ୩୦ ତାରିଖରେ ପଡ଼ୁଛି ବସନ୍ତ ପଞ୍ଚମୀ। ଏହି ଦିନି ଆପଣ ମା’ ସରସ୍ୱତୀଙ୍କୁ ପୂଜା କରିବା ସହ ସାତ୍ତ୍ୱିକ ଭୋଜନ ଗ୍ରହଣ କରିବେ । ତେବେ ଏହି ଦିନ ଆପଣ କେଶର ଜାଫରିନ୍‍ ଖିରୀ ପ୍ରସ୍ତୁତ କରି ଖାଇପାରିବେ।
କେଶର ଜାଫରିନ ଖିରୀ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ:
କ୍ଷୀର, ଚାଉଳ, ଚିନି, କାଜୁ, କିସମିସ୍‍, ବାଦାମ, ଗୁଜୁରାତି, କେଶର
କେଶର ଜାଫରିନ୍‍ ଖିରୀ ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚାଉଳକୁ ସଫା କରି ପାଣିରେ ୧ ଘ ଣ୍ଟା ପାଇଁ ବତୁରାଇ ଦିଅନ୍ତୁ। ଏହାପରେ ଅନ୍ୟଏକ ପାତ୍ରରେ ଧିମା ଆଞ୍ଚରେ କ୍ଷୀର ଗରମ କରନ୍ତୁ। ଅନ୍ୟଏକ ପାତ୍ରରେ ଅଳ୍ପ କିଛି କ୍ଷୀର ନେଇ କେଶର ୨୦ରୁ ୩୦ଟି ପକାଇ ରଖିଦିଅନ୍ତୁ।
ଏଥର ଫୁଟୁଥିôବା କ୍ଷୀରରେ ବତୁରିଥିବା ଚାଉଳ ଓ ପାଣି ଦେଇ ଫୁଟାନ୍ତୁ। ଚାଉଳ ଫିଟିଆସିଲେ ସେଥିରେ ମେୱା ଓ କେଶରଯୁକ୍ତ କ୍ଷୀର ପକାଇଦିଅନ୍ତୁ। ଚିନି ଓ ଗୁଜୁରାତି ପକାଇ ଭଲ ଭାବରେ ଘାଟନ୍ତୁ। ଏବେ ଖିରୀକୁ ଗିନାରେ ଢ଼ାଳି କାଜୁ, ଗୁଜୁରାତି ଗୁଣ୍ଡ, କଟା ବାଦାମ ଓ କେଶର ପକାଇ ପରଷନ୍ତୁ।

Leave A Reply

Your email address will not be published.