“ମୋ ସ୍ୱପ୍ନର କେନ୍ଦ୍ରାପଡା”

ସମୟ ଲାଇଭ,୨୯/୧( ଦିଲୀପ ମହାନ୍ତି): କେନ୍ଦ୍ରାପଡାରେ ୨ଦିନିଆ ୟୁଥ କନକ୍ଳେଭ ଭିଜନ, ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି କେନ୍ଦ୍ରାପଡା ସ୍ବୟଂଶାସିତ କଲେଜରେ ହେଉଥିବା ବେଳେ ଏଥିରେ ୭ ଗୋଟି କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଯୁବକ ଯୁବତୀ ମାନେ “ମୋ ସ୍ୱପ୍ନର କେନ୍ଦ୍ରାପଡା” ୨୦୨୫ ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାକୁ କିପରି ଭାବରେ ଦେଖିବାକୁ ଚିନ୍ତା କରୁଛନ୍ତି ଏବଂ ତାହା କିପରି କାର୍ଯ୍ୟକ୍ଷମ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ କେନ୍ଦ୍ରାପଡ଼ା କଲେଜକୁ ବିଶ୍ଵବିଦ୍ୟାଳୟ, ସଂସ୍କୃତି ବିଶ୍ଵବିଦ୍ୟାଳୟ ଏବଂ କୃଷିଭିତ୍ତିକ ଶିଳ୍ପ,ମେଡିକାଲ କଲେଜ କରିବା ପାଇଁ ଉପସ୍ଥିତ ଯୁବକ,ଯୁବତୀ ଓ ଅବସର ପ୍ରାପ୍ତ ଅଧ୍ୟାପକ ମାନେ ଦାବି ରଖିଥିଲେ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ସୁଦର୍ଶନ ପଟ୍ଟନାୟକ ନିଜ ଅଭିଭାଷଣରେ ସେ କିପରି ଏତେ ବାଟରେ ପହଞ୍ଚିପାରିଛନ୍ତି ସେନେଇ ଛାତ୍ରଛାତ୍ରୀମାନଙ୍କୁ ଗୁରୁମନ୍ତ୍ରଣା ଦେଇଥିଲେ।ନବୀନ ବାବୁ,ସବୁ ସମୟରେ ଯୁବକ ଯୁବତୀ ମାନଙ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ସେଥିପାଇଁ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡାରେ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯିବ ବୋଲି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କହିଛନ୍ତି ।

Comments are closed.