କେନ୍ଦ୍ରାପଡ଼ାରେ ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ

ସମୟ ଲାଇଭ, 27/3: ସାରା ଦେଶରେ ଲକ୍ ଡାଉନ୍ l ଏମିତି ସ୍ଥିତିରେ କେନ୍ଦ୍ରାପଡ଼ା ରେ ମଧ୍ଯ ଲକ୍ ଡାଉନ୍ ର ପ୍ରଭାବ ଦେଖିବା ପାଇଁ ମିଳିଛି l ସମଗ୍ର ଜିଲା ଠପ୍ ହୋଇ ଯାଇଥିବା ବେଳେ କେନ୍ଦ୍ରାପଡା ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା କୁ ପୁଲିସ ସିଲ୍ କରି ଦେଇଛି l ଅତି ଜରୁରୀ ଆବଶ୍ୟକତା ନଥିଲେ କେହି ଘରୁ ନା ବାହାରିବା ପାଇଁ ପୁଲିସ ପରାମର୍ଶ ଦେଇଛି l ସହର ର କେତେକ ପ୍ରମୁଖ ସ୍ଥାନ ଯଥା ଦୁହୁରିଆ, ତିନି ମୁହାଣୀ, ପୁରୁଣା ମଟର ଷ୍ଟାଣ୍ଡ, ଶାନ୍ତ ସାହି, ଗରା ପୁର୍ ପ୍ରଭୁତି ଛକ ରେ ପୁଲିସ ରାସ୍ତା ଅବରୋଧ କରିବା ସହିତ ଲୋକ ମାନଙ୍କୁ ସଚେତନ କରୁଛି | େଉଁମାନେ କଟକଣାକୁ ଅମାନ୍ୟ କରି ଜରୁରୀ କାମ ନଥାଇ ବାହାରକୁ ଯାଉଛନ୍ତି ସେମାନଙ୍କ ବିରୋଧରେ ପୋଲିସ୍‍ କଡ଼ା କ୍ରା୍ୟାନୁଷ୍ଠାନ ନେଉଛି। ଏପରିକି ଅମାନିଆ ଲୋକଙ୍କୁ ଲାଠି ମାଡ଼ କରାଯାଉଥିବାବେଳେ ବସ୍‍ ଉଠ କରାଇ ତାଗିଦ୍‍ କରୁଛି ପୋଲିସ୍‍।

Comments are closed.