କେନ୍ଦ୍ରାପଡାରେ କରୋନାର ସ୍ଥିତି ପରଖିଲେ ପୋଲିସ ଡିଜି ଅଭୟ

ସମୟ ଲାଇଭ,୫/୪: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲା ଗସ୍ତ କରିଛନ୍ତି । ଏହି ଅବସରରେ ସେ ଜିଲାରେ କରୋନାର ସ୍ଥିତି ଓ ଆଇନ ଶୃଙ୍ଖଳା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏଥି ସହିତ ପୋଲିସ ବାରାକ ଓ ସହରର ମଧ୍ୟରେ ପୋଲିସ ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଭଦ୍ରକ, ଯାଜପୁର ଜିଲ୍ଲାରେ କରୋନାର ସ୍ଥିତି ଓ ଆଇନଶୃଙ୍ଖଳା ଅବସ୍ଥା ସମୀକ୍ଷା ଶେଷକରି କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଥିଲେ । ଭଦ୍ରକରେ ୩ଟି ଓ ଯାଜପୁର ଜିଲ୍ଲାରେ ୧ଟି କରୋନା ସଂକ୍ରମିତ ଥିବାରୁ ଏହି ଦୁଇ ଜିଲ୍ଲାରେ କେତେକାଞ୍ଚଳ ସଟଡାଉନ ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଲକଡାଉନ ବଳବତ୍ତର ରହିଛି । କେନ୍ଦ୍ରାପଡା ଜିଲ୍ଲାରେ କରୋନାର ସ୍ଥିତିର ସମୀକ୍ଷା କରିବା ସହିତ ଜିଲ୍ଲାରେ ଆଇନଶୃଙ୍ଖଳା ଅବସ୍ଥା ସମ୍ପର୍କରେ ଡିଜି ଆଲୋଚନା କରିଥିଲେ । ପୋଲିସ ମୁଖ୍ୟାଳୟରେ, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ, ଜିଲ୍ଲା ଏସ୍ ପି ନିତିଶେଖରଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଆଲୋଚନାରେ ଭାଗନେଇଥିଲେ ।

Comments are closed.