କେଜରୀୱାଲ ହନୁମାନଙ୍କୁ ଅଶୁଦ୍ଧ କରିଦେଲେ!

0

ସମୟ ଲାଇଭ,୮/୧: ଦିଲ୍ଲୀରେ ୭୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତ ଗ୍ରହଣ। ଅନ୍ୟପଟେ ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ହନୁମାନ ମନ୍ଦିର ଯିବା ପରଠାରୁ ଧାର୍ମିକ ଆରୋପ ପ୍ରତ୍ୟାରୋପ ଲାଗିରହିଛି।

କେଜରିୱାଲ ହନୁମାନ ମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ପରେ ବିଜେପି ନେତା ମନୋଜ ତିୱାରୀ କେଜରୀୱାଲଙ୍କୁ ଆକ୍ଷେପ କରି କହିଥିଲେ। କେଜରୀୱାଲ ହନୁମାନଙ୍କୁ ପୂଜା କରିବାକୁ ଯାଇଥିଲେ ନା ହନୁମାନଙ୍କୁ ଅଶୁଦ୍ଧ କରିବାକୁ ଯାଇଥିଲେ। ଯେଉଁ ହାତରେ ଜୋତା ବାହାର କରିଲେ ସେହି ହାତରେ ଫୁଲମାଳ ହନୁମାନଙ୍କ ପାଇଁ ନେଇଯାଇଥିଲେ। ଏପରି କେବଳ ଜଣେ ନକଲି ଭକ୍ତ ହିଁ କରିଥାଏ। ମୁଁ ଏ ବିଷୟରେ ପୂଜକଙ୍କୁ ଅବଗତ କରାଇବା ପରେ ସେ ହନୁମାନଙ୍କୁ ଅନେକ ଥର ସ୍ନାନ କରାଇଛନ୍ତି।


ତେବେ ଏହାର ଜବାବ ମଧ୍ୟ କେଜରୀୱାଲ ରଖିଛନ୍ତି। ସେ କହିଛନ୍ତି, “ ମୁଁ ଏକ ଟିଭି ଚ୍ୟାନେଲରେ ହନୁମାନ ଚାଳିଶା ପଢ଼ିବାରୁ ଗେରୁଆ ଦଳ ମୋତେ ସମାଳୋଚନା କରିଛନ୍ତି। ଆଜି ମୁଁ ମନ୍ଦିର ଯିବାରୁ ହନୁମାନ ଅଶୁଦ୍ଧ ହୋଇଗଲେ ବୋଲି ବିଜେପି କହୁଛି। ଏହା କି ପ୍ରକାର ରାଜନୀତି ବୋଲି କେଜରୀୱାଲ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.