ଶେଷ ମୁହୁର୍ତ୍ତରେ ନାମାଙ୍କନ ପତ୍ର ଦାଖଲ କଲେ କେଜରୀୱାଲ

ସମୟ ଲାଇଭ,୨୨/୧: ଆମ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜରୀୱାଲ ଶେଷ ମୁହୁର୍ତ୍ତରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଜାନୁଆରୀ ୨୧ ତାରିଖ ନିର୍ବାଚନର ଶେଷ ତାରିଖ ହୋଇଥିବା ବେଳେ ନିଜ ପରିବାର ସହ ନାମାଙ୍କନ ପତ୍ର ଦାଖଲ କରିବାକୁ ମଧ୍ୟାହ୍ନ ୧୨ଟାରେ ପହଞ୍ଚିଥିଲେ କେଜରୀୱାଲ। ଟୋକନ ନଂ ୪୫ ଧରି ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷ ଘଣ୍ଟାରେ ହିଁ ସେ ନାମାଙ୍କନ ପତ୍ର ଫାଇଲ କରିପାରିଥିଲେ।
ତେବେ ୨୦ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିବା ପାଇ ଁ ରୋଡ଼ ଶୋ’ ରେ ବାହାରିଥିଲେ ମଧ୍ୟ ବିଳମ୍ବ ହୋଇଯିବାରୁ ନାମାଙ୍କନ ପତ୍ର ଦାଖଲ କରିପାରିନଥିଲେ।
ନିର୍ବାଚନୀ ଚିହ୍ନ ଝାଡ଼ୁ ନେଇ ବିରାଟ ରୋଡ଼୍‍ ଶୋ’ କରିବା ସହ ବାଲ୍ମିକୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ କେଜରିୱାଲ। ରୋଡ଼ ଶୋ’ରେ ‘ଅଛେ ବିତେ ୫ ସାଲ, ଲଗେ ରହୋ କେଜରୀୱାଲ’ ନାରା ଦେଇ ବିରାଟ ରୋଡ଼ ଶୋ’ରେ ବାହାରିଥିଲେ ହେଁ ଆଜି ନାମାଙ୍କନ ପତ୍ର ଦାଖଲ କରିପାରିନଥିଲେ ।
ରୋଡ଼ ଶୋ’ ମଝିରେ ଛାଡ଼ି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେ ଜନତାଙ୍କୁ ଅଧାରେ ଛାଡ଼ି ଯିବାକୁ ଚାହିଁ ନଥିଲେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।
ସୂଚନା ଥାଉ କି, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ ୮ ତାରିଖରେ ମତଦାନ ହେବ। ତେବେ ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନ ଜିଣିବା ପାଇଁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ବିଜୟୀ ହେଲେ ଛାତ୍ରଙ୍କ ପାଇଁ ମାଗଣା ବସ ସେବା ଯୋଗାଇଦେବା ସହ ମହିଳାଙ୍କ ସୁରକ୍ଷା ଦିଗରେ କାର୍ୟ୍ୟକରିବେ ବୋଲି କହିଛନ୍ତି। ଦେଶରୁ ଭ୍ରଷ୍ଟାଚାର ଦୂର କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି।

Comments are closed.