ପ୍ଲାଜମା ଦାନ କରିବେ କନିକା

ସମୟ ଲାଇଭ,୨୯/୪: କରୋନା ପରି ମହାମାରୀ ବିରୋଧରେ ଯୁଦ୍ଧରେ ଜିତିବା ପରେ କନିକା କପୁର ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କଣିକା ପ୍ଲାଜମା ଦେଇପାରିବେ କି ନାହିଁ ସେନେଇ ଅନେକ ପରୀକ୍ଷା ଜେକରାଯାଇଥିଲା । ଲକ୍ଷ୍ନୌର କେଜିଏମୟୁରେ କରାଯାଇଥିବା କନିକାଙ୍କ ଆଣ୍ଟିଜେନ୍ ପରୀକ୍ଷା ନେଗେଟିଭ ଆସିବା ସହ ଏବଂ ରକ୍ତ ନମୁନା ମଧ୍ୟ ପ୍ଲାଜମା ଦାନ ପାଇଁ ଉପଯୁକ୍ତ ଅଟେ ବୋଲି ଜଣ ପଡିଛି |
ଏହାର ଅର୍ଥ ହେଉଛି, କନିକା କପୁର ପ୍ଲାଜ୍ମା ଦାନ ପାଇଁ ସଂପୂର୍ଣ୍ଣ ଫିଟ୍ ଅଛନ୍ତି | ବର୍ତ୍ତମାନ ଡାକ୍ତରମାନେ ଆବଶ୍ୟକତା ଅନୁଯାୟୀ କାନିକାଙ୍କ ପ୍ଲାଜମା ନେଇପାରିବେ | ପ୍ଲାଜମା ଦାନ ପାଇଁ କନିକାଙ୍କୁ ଡାକ୍ତରଖାନା ଯିବାକୁ ପଡିବ ।
ସୂଚନା ଥାଉକି , ଡାକ୍ତରଙ୍କ କହିବା ଅନୁସାରେ ଯଦି କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ଠାରୁ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ଲାଜମା ଦିଆଗଲେ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବାର ଅଧିକ ଆଶା ରହିଛି | ଅନେକ କରୋନା ସଂକ୍ରମଣରୁ ସୁସ୍ଥ ବ୍ୟକ୍ତି ପ୍ଲାଜମା ଦାନ ପାଇଁ ଆଗଭର ହେଉଥିବା ଦେଖିବାକୁ ମିଳିଛି | ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେବଳ ପ୍ଲାଜମା ଥେରାପିକୁ ପରୀକ୍ଷାମୂଳକ ବୋଲି ବର୍ଣ୍ଣନା କରିଛି।

କରୋନା ବିପକ୍ଷରେ ଯୁଦ୍ଧ ଜିତିବା ପରେ କାନିକା ଆଜିକାଲି ଲକ୍ଷ୍ନୌରେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। ତେବେ କନିକା କରନା ସଂକ୍ରମଣ ମାମଲାରେ ଅବହେଳା କରିଥିବା ଅଭିଯୋଗ ହୋଇଥିଲା | ଅନ୍ୟପଟେ କନିକା କପୁର ସୁସ୍ଥ ହେବା ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ଦେଇଥିଲେ। ତାଙ୍କ ପ୍ରତିରକ୍ଷାରେ କାନିକା କହିଛନ୍ତି ଯେ ସେ ବିଦେଶରୁ ଫେରିବାବେଳେ ତାଙ୍କ ପାଖରେ କରୋନା କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା | ସେ ମାର୍ଚ୍ଚ ୧୦ରେ ମୁମ୍ବାଇଆସିବା ପରେ ସମସ୍ତଙ୍କ ସହ ମିଳାମିଶା କରିଥିଲେ |
ଏପରିକି ତାଙ୍କୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍କ୍ରିନିଙ୍ଗ କରାଯାଇଥିଲା କିନ୍ତୁ କ୍ଵରେଣ୍ଟାଇନରେ ରହିବାକୁ ପଡିବ ବୋଲି ସେପରି କିଛି କୁହାଯାଇନଥିଲା | ମାର୍ଚ୍ଚ ୧୧ରେ ସେ ଲକ୍ଷ୍ନୌକୁ ତାଙ୍କ ପିତାମାତାଙ୍କୁ ଭେଟିବାକୁ ଯାଇଥିଲେ | ସେତେବେଳେ ବିମାନବନ୍ଦରରେ କୌଣସି ସ୍କ୍ରିନିଂ କରାଯାଇ ନଥିଲା । ମାର୍ଚ୍ଚ ୧୪  ଏବଂ ୧୫ ମାର୍ଚ୍ଚରେ ସେ ତାଙ୍କ ବନ୍ଧୁ ମାନଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲି | ମାର୍ଚ୍ଚ ୧୭ ଏବଂ ୧୮ ରେ, ସେ କିଛି ଲକ୍ଷଣ ଅନୁଭବ କରିବା ପରେ ମାର୍ଚ୍ଚ ୧୯ ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଏବଂ ଯେଉଁଥିରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା |

Comments are closed.