କଳାହାଣ୍ଡି ପୋଲିସ ଆନୁକୂଲ୍ୟରେ ରକ୍ତଦାନ ଶିବିର

 

ସମୟ  ଲାଇଭ,26/4( ମଧୁ ସିନ୍ଦୁର )କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ବରେ କୋରନା ଭୁତାଣୁ ସଂକ୍ରମଣ ଜନିତ ଆତଙ୍କ ଯୋଗୁଁ ଲକ ଡାଉନ ଜନିତ ସଙ୍କଟ ସମୟରେ ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୁପ୍ତେଶ୍ୱର ଭୋଇ, କେସିଙ୍ଗା ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ପଲମ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ସମେତ ବିଜୁ ଯୁବ ବାହିନୀ ଓ ସୋସିଆଲ ଅକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ର ସଦସ୍ୟ, ସ୍ଥାନୀୟ ସାମାଜିକ କର୍ମୀ ଏବଂ ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ ଓ ଶିବିରରେ  କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।

ଏହି ରକ୍ତଦାନ ଶିବିରରେ ୮୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ତୁଣ୍ଡଲା ବିଜୁ ଯୁବ ବାହିନୀର ସଭାପତି ଲିଙ୍ଗରାଜ ପ୍ରଧାନ, ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ସଭାପତି ପ୍ରମୋଦ କୁମାର ସାହୁ, ମୁଷ୍କୁଟିର ସମାଜସେବୀ ସମୀର ରାଉତ, ତୁଣ୍ଡଲା ପଞ୍ଚାୟତର ସରପଞ୍ଚ ଭଗବାନ ସାହୁ, ସିର୍ଜାପାଲି ପଞ୍ଚାୟତର ସରପଞ୍ଚ ବୃକୋଦର ଭୋଇ ସମେତ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ପଲମ୍ ଫାଣ୍ଡି ଅଞ୍ଚଳର ସାତ ଗୋଟି ପଞ୍ଚାୟତର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ l

Comments are closed.