ମହିଳା ସାମ୍ବାଦିକଙ୍କୁ ମଲରେ ଆକ୍ରମଣ ଘଟଣା, ତେଜୁଛି ଅସନ୍ତୋଷ

ସମୟ ଲାଇଭ୍‍,୩୦/୧୨:ଏସପ୍ଲାନେଡ଼୍‍ ମଲରେ ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକମାନେ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଓ ସାମ୍ବାଦିକ ଆଇନ୍‍ ପ୍ରଣୟନ କରିବାକୁ ଦାବି କରି ଜିଲ୍ଲାପାଳ ଓ ଏସପିଙ୍କ ଅଫିସ୍‍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ରାଜଧାନୀ ଭୁବନେଶ୍ୱରର ପୃଥକ ପୃଥକ ସ୍ଥ୍‍ାନରେ ଆନ୍ଦୋଳନ ଜାରି ରହିଛି।

ସେହିପରି ମୟୁରଭଞ୍ଜ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ଏକତ୍ରିତ ହୋଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ସେହିପରି ମୟୁରଭଞ୍ଜ ଜିଲ୍ଲାର ସୋର ଠାରେ ସାମ୍ବାଦିକମାନେ ମହିଳା ସାମ୍ବାଦିକଙ୍କ ପ୍ରତି ଏପରି ବ୍ୟବହାରର ଦୃଢ଼ ପ୍ରତିବାଦ କରିବା ସହ ପୋଲିସ୍‍ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସୋର ଥାନାର ଆଇଆଇସିଙ୍କୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକମାନେ ଦାବି ଜଣାଇଥିଲେ।

ସେହିପରି ଇସ୍ପାତ ନଗରୀ ରାଉରକେଲାରେ ଘଟଣାକୁ କାର୍ଯ୍ୟରତ ସାମ୍ବାଦିକ ମାନେ ଦୃଢ଼ ପ୍ରତିବାଦ କରିଛନ୍ତି। ଏନେଇ ପଶ୍ଚିମ ଓଡ଼ିଶା ସଙ୍ଗଠନ ମନ୍ତ୍ରୀ ଶ୍ରୀ ବଦ୍ରି ନାରାୟଣ ମହାରଣା ନିଜର ପ୍ରତିକ୍ରିୟା ରଖିଛନ୍ତି।
କେବଳ ସାମ୍ବାଦିକ ନୁହଁନ୍ତି ବରଂ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଗଣମାଧ୍ୟମ ପ୍ରତିନିଧି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ୍‍ ଆଣିବାକୁ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା।

ଅପରପକ୍ଷେ ସାମ୍ବାଦିକଙ୍କ ଦାବି ପରେ ପୋଲିସ୍‍ ସପିଙ୍ଗ୍‍ ମଲର ସେଲ୍ସ ମ୍ୟାନେଜରଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ସେଲ୍ସ ମ୍ୟାନେଜର ତଥା ସମ୍ବଲପୁର ଅଞ୍ଚଳର ଶ୍ୟାମା ଝା, ସୁଇପର ସୁପର ଭାଇଜର ମହନ୍ତ ଚରଣ ବିଶ୍ୱାଳ ଓ ସିକ୍ୟୁରିଟି ଗାର୍ଡ଼ ପଙ୍କଜ ସାହୁଙ୍କୁ ଗିରଫ କରାଯାଇଛି।

ତେବେ କେବଳ ତଳିଆ କର୍ମଚାରୀଙ୍କୁ ଗିରଫ କରି ପୋଲିସ୍‍ ମଲ୍‍ କର୍ତ୍ତୃପକ୍ଷୁଙ୍କୁ ସୁରକ୍ଷା ବଳୟରେ ରଖିଥିବା ଅଭିଯୋଗରେ ସମଗ୍ର ରାଜ୍ୟରେ ଅ୍ରସନ୍ତୋଷ ତେଜିବାରେ ଲାଗିଛି।
କେବଳ ସାମ୍ବାଦିକ ନୁହଁନ୍ତି ସାଧାରଣ ଜନତା ମଧ୍ୟ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରାଯାଉଛି।

Comments are closed.